Home ଓଡ଼ିଶା ଚାଲାଣଗୁଡା ପଚାଂୟତରେ ମହିଳା ସ୍ୱୟଂସହାୟକ ଗୋଷ୍ଠି ଧାନ ମଣ୍ଡି ଉଦଘାଟିତ

ଚାଲାଣଗୁଡା ପଚାଂୟତରେ ମହିଳା ସ୍ୱୟଂସହାୟକ ଗୋଷ୍ଠି ଧାନ ମଣ୍ଡି ଉଦଘାଟିତ

57

ମାଲକାନଗିରି,୧୭ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଚାଂୟତରେ ଆଜି ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି । ଏହି ମଣ୍ଡିରେ ଚାଷିଙ୍କଠାରୁ ମହିଳାସ୍ୱୟଂସହାୟକ ଗୋଷ୍ଠି ଧାନ କ୍ରୟକରିବେ । ଚାଲାଣଗୁଡା ଓ ତଣ୍ଡିକୁ ଦୁଇଟି ପଚାଂୟତର ଚାଷୀ ମାନଙ୍କ ପାଇଁ ଚାଲାଣଗୁଡା ଠାରେ ଧାନମଣ୍ଡି ଖୋଲାଯାଇଛି । ଏହି ଧାନମଣ୍ଡିରେ ଚାଲାଣଗୁଡା ପଚାଂୟତର ରାଜଲକ୍ଷମ୍ମି ମହିଳା ସ୍ୱୟଂସହାୟକ ଗୋଷ୍ଠି ଚାଷୀମାନଙ୍କ ଠାରୁ ଧାନକ୍ରୟ କରିବା ପାଇଁ ଏଗ୍ରିମେଟଂ କରିଛନ୍ତି । ଆଜି ସକାଳେ ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ପ୍ରଭଜଂନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ଉଦଘାଟନକରି ଚଳିତବର୍ଷ ସାଧାରଣ କିସମ ଧାନ କ୍ୱିଟାଂଲ ପିଛା୧୯୪୦ଟଙ୍କା ଓ ଗ୍ରେଡ ଓ କିସମ ଧାନ କ୍ୱିଟାଂଲ ପିଛା ମୂଲ୍ୟ୧୯୬୦ଟଙ୍କା ସରାକାର ଧାର୍ଯ୍ୟକରିଛନ୍ତି । ଟୋକେନପାଇଥିବା ଚାଷୀ ମାନେ ସେମାନଙ୍କ ଧାନ ମଣ୍ଡିରେ ବିକ୍ରି କରିବାପାରିବେ ବୋଲି କହିଥିଲେ । ଏହି ଅବସରରେ ଚାଲାଣଗୁଡା ପଚାଂୟତ ସରପଚଂ ତଥା ରାଜଲକ୍ଷାମି ଏସଏଚଜି ସଭାପତି ପୁସ୍ପାରାଣୀ ପଡିଆମୀ, ସଂପାଦିକା ପାଣ୍ଡ୍ରୀ ମାଡକାମୀ,ଙ୍କ ସହିତ ନିୟନ୍ତ୍ରୀତ ବଜାରକମଟି ଅଧିକାରୀ,ପଚାଂୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମଣ୍ଡିରେ ସପ୍ତାହକୁ ମାତ୍ର ୧ହଜାର କ୍ୱିଟାଂଲ ଧାନକ୍ରୟର ଟାର୍ଗେଟ ରହିଥିବା ବେଳେ ୨ହାଜର କ୍ୱିଟାଂଲକୁ ବୃଦ୍ଧି କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.