ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକରେ ଗତ ଫେବୃଆରୀ ମାସରେ ସଞ୍ଜୀବ ମହାପାତ୍ର ବିଡିଓ ଭାବେ ଯୋଗ ଦେଇଥିଲେ। ୯ ମାସ ମଧ୍ୟରେ ସେ ଜଣେ ପରୋପକାରୀ ଏବଂ ସାଧାରଣ ଜନତାଙ୍କର ଅତିପ୍ରିୟପାତ୍ର ହୋଇ ପାରିଥିଲେ। ମାତ୍ର ଗୋଟିଏ ପଟରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଅନ୍ୟ ପକ୍ଷରେ ଡବଲ ଇଞ୍ଜିନର ଡବଲ ସରକାର ରାଜ୍ୟ ମଧ୍ୟରେ କିଛି ବିଡିଓଙ୍କ ବଦଳି ମଧ୍ୟ କରିଛନ୍ତି।ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ବିଡିଓ ସଞ୍ଜୀବ ମହାପାତ୍ରଙ୍କୁ ନୟାଗଡର ଗଣିଆ ବ୍ଲକକୁ ବଦଳି ହୋଇଥିବା ବେଳେ ଗଜପତି ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଲାବଣ୍ୟନେନ୍ଦୁ ମହାନ୍ତିଙ୍କୁ ଚାନ୍ଦବାଲି ବ୍ଲକୁ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ସୁଚରିତା ମୁର୍ଗୀଙ୍କୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ବିଡିଓ ଭାବେ ବଦଳି, ପୁରୀର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ମନୀଷା ଷଡଙ୍ଗୀଙ୍କୁ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ବିଡିଓ ଭାବେ , ସୁନ୍ଦରଗଡ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିବା ଅର୍ପିତା ମହାନ୍ତିଙ୍କୁ କଟକ ଜିଲ୍ଲା ଡମପଡା ବ୍ଲକର ବିଡିଓ , ସୁବର୍ଣପୁରର ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ବିଡିଓ ଭାବେ , କୋରାପୁଟର ଉପଜିଲ୍ଲାପାଳ ସୁବ୍ରତ କୁମାର ସାହୁଙ୍କୁ କୋରାପୁଟ ବେପାରୀଗୁଡା ବିଡିଓ ଭାବେ, ବାଙ୍କି ଡମପଡା ବ୍ଲକର କାର୍ଯ୍ୟରତ ବିଡିଓ ଅଂଶୁମାନ ଦାସଙ୍କୁ ରେଭିନ୍ୟୁ ବିଭାଗକୁ ବଦଳି କରାଯାଇଛି।








