Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟନ, ୮୦ ବର୍ଷରୁ ଉର୍ଦ୍ଧ ୧୦ ବରିଷ୍ଠ ନାଗରିକ...

ଚାନ୍ଦବାଲିରେ ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟନ, ୮୦ ବର୍ଷରୁ ଉର୍ଦ୍ଧ ୧୦ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ

28

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ବ୍ଲକ ରୋଡ଼ ରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଗୃହ ବୁଧବାର ଉଦଘାଟନ ହୋଇଛି।ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ।ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲ।ସଭାର ସଭାପତିତ୍ୱ ବରିଷ୍ଠ ନାଗରିକ ସଂଘର ସଭାପତି ଅନନ୍ତ ଚରଣ ସେଠୀ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ ସଂଘର ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ କରିଥିଲେ,ସଂଯୋଜକ ରଜନୀକାନ୍ତ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏନ ଏ ସି ଅଧକ୍ଷା ଶାନ୍ତିଲତା ସେଠୀ, ବ୍ଲକ ଅଧକ୍ଷା ମିନତୀ ସୁତାର,ଥାନାଧିକାରୀ ପରେଶ ମହାନ୍ତି,ଷ୍ଟେଟ ବ୍ୟାଙ୍କ ଚିପି ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ନାୟକ, ସଂଘର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି,ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଚାନ୍ଦବାଲି ବରିଷ୍ଠ ନାଗରିକ କୁ କେମିତି ଭାବେ ସାହାଯ୍ୟ ସହଯୋଗ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ପ୍ରଥମେ ଅତିଥି ମାନେ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ, ସଭା ଆରମ୍ଭରୁ ପହଳଗାମ ରେ ମୃତ୍ୟୁ ହୋଇଥିବା ୨୬ ପଯ୍ୟଟକ ଙ୍କ ପାଇଁ ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା।ଏବଂ ୮୦ ବର୍ଷରୁ ଉର୍ଦ୍ଧ ସମାଜ ସେବା ସହ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେମାନେ ହେଲେ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ଥାଟୋଇ,ଦମ୍ବୁରୁ ଧର ମହାରଣା, ବଳରାମ ଦାସ,ଶ୍ରୀନାଥ ନାୟକ,ଅକ୍ଷୟ କୁମାର ପଟ୍ଟନାୟକ,ଜୟ କୃଷ୍ଣ ବଳ ଓ ଫକୀର ଚରଣ ରାଉତ। ଶେଷରେ ସଂଘର ଉପସଭାପତି ମୁରଲୀ ଧର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତାରାପଦ ମହାନ୍ତି, ରବୀନ୍ଦ୍ର ନାଥ ରଣା, କାଁହୁ ଚରଣ ମହାଳିକ, ବେଣୁଧର ନାୟକ, ଶରତ ଚନ୍ଦ୍ର ବେହେରା, ରାଜ କିଶୋର ଦାସ, ଗଙ୍ଗା ଧର ବିଶ୍ୱାଳ ସହ ବହୁ ବରିଷ୍ଠ ନାଗରିକ ସାମିଲୀ ହୋଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.