Home ଜିଲ୍ଲା ପରିକ୍ରମା ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମେଧା ସମ୍ମାନ ବଣ୍ଟନ

ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମେଧା ସମ୍ମାନ ବଣ୍ଟନ

37

ନୟାଗଡ଼ ୦୬/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଦଶମ ପରୀକ୍ଷା ରେ ୫ଶହ ରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଛି। ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ଲିଙ୍ଗରାଜ ରଥ, ପ୍ରଧାନ ଶିକ୍ଷକ ପଦ୍ମନାଭ ବିଶ୍ୱାଳ, ଚାନ୍ଦପୁର ସରପଞ୍ଚ ରଞ୍ଜିତା ସେନାପତି, ସମିତି ସଭ୍ୟା ଦିପ୍ତିମୟୀ ବେହେରା, ବରିଷ୍ଠ ନାଗରିକ କମିଟି ଚାନ୍ଦପୁର ସଭାପତି ତଥା ମୋ ସ୍କୁଲ କମିଟି ସଭ୍ୟ ଧନେଶ୍ୱର ଅଗ୍ରୱାଲ, ରାଇପଡା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

୧୧ ଜଣ ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ରଣପୁର ବ୍ଲକ ରେ ସୁନାମ ଅର୍ଜ୍ଜନ କରୁଥିବା ଘଟଣା ସହ ମେଧା ସମ୍ମାନ ପ୍ରଦାନ ସହ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ପ୍ରକଟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.