Home ଓଡ଼ିଶା  ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଦଲାଲ୍ ମୁକ୍ତ କେବେ

 ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଦଲାଲ୍ ମୁକ୍ତ କେବେ

220

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୩/୯- ନୟାଗଡ ଜିଲ୍ଲା ରଣପୁରର ରାଜମାତା  ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବିଙ୍କ ଦ୍ୱାରା ଚାନ୍ଦପୁରଠାରେ ଏକ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ନିର୍ମାଣ ହୋଇଥିଲା । ଯାହାକି ଶହ ଶହ ଓଡିଶା ବାସୀଙ୍କୁ ପ୍ରତିଦିନ ସେବା ଯୋଗାଇ ଆସିଥାଏ । ପରବର୍ତ୍ତୀ କାଳରେ ଏହା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ଘୋଷଣା କରାଯାଇଅଛି । ଚଳିତ କୋଭିଡ୍‌-୧୯ ପରିପେକ୍ଷିରେ ଏହି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଚିକିତ୍ସା କରାଯାଉଥିବାରୁ ସାଧାରଣ ରୋଗୀଙ୍କ ପାଇଁ ଏକ ଆଉଟ୍ ଡୋର ଖୋଲା ଯାଇଅଛି । ଯେଉଁ ଆଉଟ୍ ଡୋର୍‌ରେ ଠିକ୍ ଭାବରେ ସେବା ଯୋଗାଇ ପାରୁ ନାହାଁନ୍ତି । ଏହିି ସାଧାରଣ ସ୍ୱାସ୍ଥ୍ୟ ନିବାସଟି  ଅନେକ ବର୍ଷ ହେଲା ଦଲାଲଙ୍କ କବ୍‌ଜାରେ ରହିଅଛି ।

ସାରା ରାଜ୍ୟରେ ଓଡିଶା ସରକାର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦଲାଲି ଉଛେଦ କଲେ କିନ୍ତୁ ସେଥିରୁ ବାଦ୍ ପଡିଛି ଚାନ୍ଦପୁରଠାରେ ଥିବା ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ସର୍ମ୍ପକେ ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟକେତନ ସାହୁ କୁହନ୍ତି ଅନେକ ବର୍ଷ ଧରି ଏହି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଲାଲ୍ ମାନଙ୍କର ରାଜ୍ ଚାଲିଛି । ଏଠାରେ ଦଶ ରୁ ବାର ଗୋଟି  ଔଷଧ ଦୋକାନୀ ଦଲାଲ୍ ନିଯୁକ୍ତି କରିଛନ୍ତି । ଏ ସର୍ମ୍ପକେ ସମାଜ ସେବି ମନୋଜ ଦାସ କୁହନ୍ତି କି ଡାକ୍ତର ମାନେ ଦଲାଲ୍ ମାନଙ୍କ ମାଧ୍ୟମରେ ନିଜ ସରକାରୀ କ୍ୱାଟରରେ ରୋଗୀ ଚିକିତ୍ସା କରୁଥିବାରୁ ସ୍ଥାନୀୟ ଲୋକମାନେ ବିଶେସ ଉପକୃତ ହେଉଛନ୍ତି । ସରକାରୀ କ୍ୱାଟରରେ ରହି  ରୋଗୀ ଚିକିତ୍ସା କରିବା ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଙ୍କ ସହ  ଯୋଗା ଯୋଗ କରିବାରେ  କୁହନ୍ତି । ଚାନ୍ଦପୁରରେ କୋଭିଡ୍ ଦାୟିତ୍ୱରେ ଥିବା ଡାକ୍ତରମାନେ ନିଜ ସରକାରୀ କ୍ୱାଟରରେ ଚିକିତ୍ସା କରିପାରିବେ ତାଙ୍କୁ ମନାକରି ହେବନାହିଁ  । କିନ୍ତୁ ଦଲାଲ୍ ମାନଙ୍କଦ୍ୱାରା ରୋଗୀ ଶୋଷିତ ହେଉଥିବା ସର୍ମ୍ପକେ ପଚାରିବାରେ ଚୁପ୍ ରହିଥିଲେ । ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ନଜର ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.