Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଚାନ୍ଦପୁର ପୋଲିସ ଦ୍ୱାରା ୪ ଅଭିଯୁକ୍ତ କୋର୍ଟ ଚାଲାଣ

30

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୯- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଧିନରେ ଥିବା ୧୬ ନଂ ଜାତୀୟ ରାଜପଥ ରୁ ଗତ ୨୬ ତାରିଖ ରାତ୍ରୀ ୧୦ ଘଟିକା ସମୟରେ ୩ ଜଣ ଯୁବକ ଏକ ଟ୍ରକ କୁ ଭୁଜାଲି ଦେଖାଇ ଭୟଭିତ କରାଇ ଏକ ହଜାର ଟଙ୍କା ସହ ଏକ ଦାମୀ ମୋବାଇଲ୍ ଲୁଟି ନେଇଥିଲେ । ପୋଲିସ ଖବର ପାଇ ବିଭିନ୍ନ ଯାଗା ରେ ଚଢାଉ କରିଥିଲେ । ଶେଷ ରେ ଚାନ୍ଦପୁର କଲୋନୀ ସାହିରେ ଚଢାଉ କରିବା ସମୟରେ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ ।

ଅଭିଯୁକ୍ତ ମାନେ ହେଲେ  ଚାନ୍ଦପୁର ର କାଳିଆ ନାୟକ ଓରଫ୍ କାର୍ତ୍ତିକ , ଗଣେଷ କାଣ୍ଡି ଓ ବାପିନା ନାୟକ । ସେହିଭଳି ଭାବରେ ରାଇପଡା ଗ୍ରାମ ରେ ଏକ ଡକାୟତି ମାମଲା ରେ ପୋଲିସ ସୁକାନ୍ତ ନାୟକ ନାମ କ ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ଚୋରୀ ମଟର ସାଇକେଲ ଓ  ଗୋଟିଏ ଅଟୋ ରିସ୍କା କୁ ଜବତ ହୋଇଥିବା ଜଣାପଡିଛି । ଗିରଫ ୪ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.