Home ଓଡ଼ିଶା ଚାନ୍ଦପୁର ଥାନାରେ କୋଭିଡ୍ ସଂକ୍ରମଣ ନେଇ ଚାଲିଛି ସାନିଟାଇଜେସନ୍ ,ସାଧାରଣ ମାମଲାରେ ଚାନ୍ଦପରଥାନାକୁ ଆସିବା ମନା.

ଚାନ୍ଦପୁର ଥାନାରେ କୋଭିଡ୍ ସଂକ୍ରମଣ ନେଇ ଚାଲିଛି ସାନିଟାଇଜେସନ୍ ,ସାଧାରଣ ମାମଲାରେ ଚାନ୍ଦପରଥାନାକୁ ଆସିବା ମନା.

48

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲ୍‌ା ରଣପୁର ଅଂଚଳରେ କରୋନାର ଦ୍ୱିତୀୟ ଲହର୍ ଭୟାଭୟତା ଦେଖିବାକୁ ମିଳିଲାଣି । ଯାହାଫଳରେ ସାମାଜିକ ଦୂରତ୍ୱ ଓ ମାସ୍କ୍ ପିନ୍ଧିବାକୁ ଜୋର୍ ଦିଆଯାଉଛି । କିନ୍ତୁ କରୋନା ସମୟରେ ମଧ୍ୟ ଅପରାଧି ମାନେ ସେମାନଙ୍କ ଅପରାଧକୁ ବ୍ୟାପକ କରିବାରେ ଲାଗିଛନ୍ତି । ଯାହାଫଳରେ ପୋଲିସ୍ କୁ ନାକେଦମ୍ ହେବାକୁ ପଡୁଛି । ଅପରାଧି ମାନଙ୍କୁ ଧରିବା ପରେ ଅପରାଧିମାନେ କରୋନା ଆକ୍ରାନ୍ତ ହେଉଥିବା ଯୋଗୁଁ ପୋଲିସ୍ ମାନେ କରୋନା ସଂକ୍ରମିତ ହେବାର ଆଶଙ୍କା ବଢାଇ ଦେଇଛି । ସେଇଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲ୍‌ା ଚାନ୍ଦପୁର ଥାନାରେ ରଣ୍ଡା ଡ୍ୟାମ୍ ରେ କିଛି ଲୋକ କରୋନା ର ସୁଯୋଗ ନେଇ ମାଛ ଚୋରି କରୁଥିଲେ ।

ଏ ସଂର୍ପକେ ଚାନ୍ଦପୁର ଥାନାରେ ଅଭିଯୋଗ ହେବାପରେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମିରଂଜନ ଦାସ ଦିଗିତିପଡା ଗ୍ରାମରେ ଚଢାଉକରି କିଛି ମାଛ ଚୋରଙ୍କୁ  ଧରିଥିଲେ । ସେମାନଙ୍କୁ କୋଟ୍ ଫର୍‌ଓା୍ୱର୍ଡର୍ କରିବା ପୂର୍ବରୁ କରୋନା ଟେଷ୍ଟ୍ କରାଯାଇଥିଲା । ସେହି ମାଛ ଚୋରମାନେ କରୋନା ପଜିଟିଭ୍ ଜଣାପଡିବା ପରେ ଚିନ୍ତା ବଢିଯାଇଛି । କାରଣ ମାଛ ଚୋରମାନଙ୍କୁ ପଚରାଉଚରା କରିବା ସମୟରେ ପୋଲିସ୍ ତାଙ୍କର ନିକଟତର ହୋଇଥିଲା ।କାରଣ ଚାନ୍ଦପୁର ନୂଆ ଥାନା କାର୍ଯ୍ୟକାରୀ ହୋଇନଥିବାରୁ  ପୁରୁଣା ଫାଣ୍ଡି ଗୃହରେ ଥାନା ଚାଲିଛି । ଯାହାଦ୍ୱାରା କି ସ୍ଥାନର ଅଭାବ ରହିଛି ।ଥାନା କର୍ମଚାରୀଙ୍କୁ  ସୁରକ୍ଷିତ ରଖିବା ପାଇଁ ଥାନା କାର୍ଯ୍ୟାଳୟକୁ ସାନିଟାଇଜ୍ କରିବା ସହ କର୍ମଚାରୀମାନେ କରୋନା ଟେଷ୍ଟ୍ କରି ଆଇସୋଲେସନ୍ ରେ ରହିବା ପାଇଁ କୁହାଯାଇଛି । ତେଣୁ ସାଧାରଣ ମାମାଲାରେ ଥାନାକୁ ଜନସାଧାରଣ ନ ଆସିବା ପାଇଁ ଥାନା ଇନିସ୍‌ପେକ୍ଟର୍ ରଶ୍ମିରଂଜନ ଦାସ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.