Home Top News ଚାକିରୀ ଦେବା ନାଁରେ ୫୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ : ଅଭିଯୁକ୍ତକୁ ଭଦ୍ରକରୁ ଗିରଫ କଲା...

ଚାକିରୀ ଦେବା ନାଁରେ ୫୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ : ଅଭିଯୁକ୍ତକୁ ଭଦ୍ରକରୁ ଗିରଫ କଲା ମଞ୍ଚେଶ୍ବର ପୋଲିସ

81

ଭଦ୍ରକ ୨୧।୭ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ଭଦ୍ରକ ରେଳ ଷ୍ଟେସନ ନିକଟରୁ ଠକକୁ କାବୁ କରି ନିକଟସ୍ଥ ଜିଆରପି ଥାନାରେ ଜିମାଦେଲେ ଲୋକେ। ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଏହି ଠକ। ଧରାପଡିଥିବା ଠକର ନାଁ ଅନୀଲ ସାହୁ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଏହି ଠକକୁ ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଠାବ କରାଯାଇ ଜିଆରପି ପୋଲିସ ନିକଟରେ ଜିମା ଦେଇଛନ୍ତି। କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନୀଲ। ଏନେଇ ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି। ଶତାଧିକ ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକ-ଯୁବତୀଙ୍କୁ ଟାର୍ଗେଟ୍ କରାଯାଉଥିଲା। ତେବେ ମଞ୍ଚେଶ୍ବର ପୋଲିସ ଅଭିଯୁକ୍ତକୁ ଭଦ୍ରକ ଜିଆରପି ନିକଟରୁ ନେଇଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.