Home କଳାହାଣ୍ଡି ଚାକିରୀ କରାଇଦେବାକୁ ୪୦ ହଜାର ଦାବୀ, ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଲୟ ପ୍ରନ୍ସିପାଳ

ଚାକିରୀ କରାଇଦେବାକୁ ୪୦ ହଜାର ଦାବୀ, ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଲୟ ପ୍ରନ୍ସିପାଳ

31

କଳାହାଣ୍ଡି, ତା.୨୦.୦୨.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଲୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶେଯ, ମ.ରାମପୁର ଚାରିଛକର ଭୀମା ବାଗଙ୍କ ପୁଅ ଗଙ୍ଗାଧର ବାଗଙ୍କୁ ପିଅନ-ଚୌକିଦାର ପଦବୀରେ ନିଯୁକ୍ତି ଦେବାକୁ ଆଦର୍ଶ ବିଦ୍ୟାଲୟର ପ୍ରିନ୍ସିପାଳ କ୍ଷିତିଶ ବିଶ୍ୱାଲ କୁଆଡେ ଏକ ଲକ୍ଷ ଟଙ୍କା ଲାଂଚ ଦାବୀ କରିଥିଲେ । ଗଙ୍ଗାଧର ଗରିବ ପରିବାରର ହୋଇଥିବାରୁ ଦାବୀ ମୁତାବକ ଟଙ୍କା ଦେଇପାରିନଥିଲେ ।

ପ୍ରିନ୍ସିପାଳ ଶେଷରେ ୫୦ ହଜାର ଟଙ୍କାରେ ରାଜି ହୋଇ ୪୦ ହଜାର ଟଙ୍କା ଏଡଭାନ୍ସ ଦାବୀ କରିଥିଲେ । ଗରିବ ଗଙ୍ଗାଧର ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ଅଭିଯୋଗ ଅନୁସାରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୦୭/୨୧ ରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କୁ ଘଟଣାର ତଦନ୍ତ ଦାୟୀତ୍ୱ ଦିଆଯାଇଥିବା ପ୍ରକାଶ । ଚୁକ୍ତି ଅନୁସାରେ ପ୍ରିନ୍ସିପାଳ ଆଦର୍ଶ ବିଦ୍ୟାଲୟ ଠାରୁ ୩/୪ କି.ମି. ଦୂରରେ ଏକ ପଡିଆରେ ଟଙ୍କା ଦେବାକୁ କହିଥରବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଗଙ୍ଗାଧର ପ୍ରିନ୍ସିପାଳ କ୍ଷିତିଶ ବିଶ୍ୱାଳଙ୍କୁ ୪୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ କାବୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.