Home ଜିଲ୍ଲା ପରିକ୍ରମା ଚାକିରି ନାହିଁ : ପରିବାର ଚଳାଇବା ପାଇଁ ଫେରିଗଲେ ପ୍ରବାସୀ

ଚାକିରି ନାହିଁ : ପରିବାର ଚଳାଇବା ପାଇଁ ଫେରିଗଲେ ପ୍ରବାସୀ

116

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼ ସଂକ୍ରମଣ ଯୋଗୁଁ କାମଧନ୍ଦା ଛାଡ଼ି ବହୁକଷ୍ଟରେ ଓଡ଼ିଶା ଫେରିଥିଲେ ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଆ । ଓଡ଼ିଶା ସରକାର ମଧ୍ୟ ସମସ୍ତ ପ୍ରବାସୀଙ୍କୁ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏଠାରେ କାମଧନ୍ଦା ନପାଇ ପରିବାର ଚଳାଇବା ଚିନ୍ତାରେ ପ୍ରବାସୀମାନେ ଥିବାବେଳ ସେମାନେ ବିଦେଶରେ କାମକରୁଥିବା କମ୍ପାନୀ ଗୁଡ଼ିକ ଖୋଲିଗଲାଣି । କମ୍ପାନୀ ତାର ଦଲାଲ ମାଧ୍ୟମରେ ବସ ପଠାଇ ନିଜର ଶ୍ରମିକ ମାନଙ୍କୁ ଫେରାଇ ନେବାକୁ ଅଣ୍ଟା ଭିଡ଼ିଛି । ତେବେ ପୁଣି କୌଣସି କାଗଜପତ୍ର ନଥାଇ କିମ୍ବା ଓଡ଼ିଶାର ଶ୍ରମବିଭାଗରେ ନିଜର ନାମ ରେଜିଷ୍ଟ୍ରେସନ ନକରି ଶ୍ରମିକମାନେ ବିଦେଶ ଯାଉଥିବାରୁ ସେଠାରେ ସେମାନେ ପୁଣି ଶୋଷଣର ଶିକାର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି କ୍ରମରେ ଆଜି କେରଳର କୋଇମ୍ବାଟୁରରୁ ଫିଫା ନାମକ ଏକ ବସ୍ ଆସି ଦଲାଲ ମାଧ୍ୟମରେ ଭଦ୍ରକ, ବନ୍ତ, ଆନନ୍ଦପୁର, ଆଗରପଡ଼ାରୁ ପ୍ରବାସୀଙ୍କୁ ନେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ଏହି ବସରେ ବହୁ କମ ବୟସର ଯୁବକ ଯୁବତୀ ଯାଉଥିବାର ପରିଲକ୍ଷିତ ହୋଇଛି । ପ୍ରବାସୀମାନଙ୍କୁ ପଚାରିବାରୁ ସେମାନେ କୁହନ୍ତି ଓଡ଼ିଶାରେ ସେମାନଙ୍କ ଯୋଗ୍ୟତା ଅନୁସାରେ କାମ ନାହିଁ, ବିଦେଶରେ ରୋଜଗାର ଅଧିକ ହେଉଛି, ସେଠାରେ ନିଜେ ଚଳି ୪ରୁ ୫ ହଜାର ଟଙ୍କା ପଠାଇଲେ ସେମାନଙ୍କ ପରିବାର ଚଳିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.