Home ଜିଲ୍ଲା ପରିକ୍ରମା ଚାଇ୍ଲଡ଼ ଟ୍ରାକିଙ୍ଗ ସର୍ଭେର ସଫଳତା, ଦୁଇବର୍ଷ ଘରେ ରହିବା ପରେ ସ୍କୁଲ ଗଲେ ଦୁଇ ଛାତ୍ରୀ

ଚାଇ୍ଲଡ଼ ଟ୍ରାକିଙ୍ଗ ସର୍ଭେର ସଫଳତା, ଦୁଇବର୍ଷ ଘରେ ରହିବା ପରେ ସ୍କୁଲ ଗଲେ ଦୁଇ ଛାତ୍ରୀ

6

ଭଦ୍ରକ, ୧୭ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅଧିନସ୍ଥ ଅର୍ଜୁନପୁର ପଂଚାୟତ ମମାଦୁଲ୍ଲା ଗ୍ରାମର ସ୍ୱର୍ଗତ ଲଷ୍ମୀଧର ସେଠୀ ଙ୍କ ଝିଅ ରୋଜି ସେଠୀ ଓ ମହେନ୍ଦ୍ର ସେଠୀ ଙ୍କ ଝିଅ ଲଷ୍ମୀ ପ୍ରିୟା ସେଠୀ ଗତ ୨୦୨୨ମସିହା ରୁ ସପ୍ତମ ଶ୍ରେଣୀ ପାସ କରିଥିଲେ ରୋଜି ଙ୍କ ପିତାଙ୍କ ଦେହାନ୍ତ ପରେ ଟଙ୍କା ଅଭାବ ରୁ ଦୁଇବର୍ଷ ଧରି ବିଦ୍ୟାଳୟ ନଯାଇ ଘରେ ବସି ରହିଥିଲେ । ମାତ୍ରା ସରକାରଙ୍କ ଦ୍ୱାରା କରାଯାଉଥିବା ଚାଇଲଡ ଟ୍ରାକିଙ୍ଗ ସର୍ଭେ ରେ ଶିକ୍ଷକ ବିଜୟ ଗୋଛାୟତ ଙ୍କ ନଜର କୁ ଆସିଥିଲା ।ସଙ୍ଗେସଙ୍ଗେ ଜୟ କିଷାନ ନୋଡାଲ ହାଇସ୍କୁଲ ର ପ୍ରଧାନଶିକ୍ଷକ ବିଜୟ ମିଶ୍ର ଙ୍କୁ ଏହି ବିଷୟରେ ଜଣାଇଥିଲେ ପ୍ରଧାନଶିକ୍ଷକ ବିଜୟ କୁମାର ମିଶ୍ର ଓସେପା ର ଯୁଗ୍ମ ନିର୍ଦେଶକ ଡ଼ ସନାତନ ପଣ୍ଡାଙ୍କ ସହ ଆଲୋଚନା କଲାପରେ ମମାଦୁଲ୍ଲା ଯାଇ ସେମାନଙ୍କର ପିତା ମାତାଙ୍କୁ ବୁଝାଇବା ସହ ପିଲା ଦୁଇଜଣଙ୍କୁ ବିଦ୍ୟାଳୟକୁ ଆଣି ନାମ ଲେଖାଇବା ସହ ସଙ୍ଗେ ସଙ୍ଗେ ବହିପତ୍ର ପ୍ରଦାନ କରିଥିଲେ ସରକାରଙ୍କ ଚାଇ୍ଲଡ଼ ଟ୍ରାକିଙ୍ଗ ସର୍ଭେ ଦ୍ୱାରା ଏହା ସମ୍ଭବ ହୋଇ ପାରିଥିବାରୁ ସାଧରଣ ମହଲରେ ସର୍ଭେ କାର୍ଯ୍ୟକ୍ରମ କୁ ସ୍ୱାଗତ କରାଯାଇଛି । ସୂଚନା ଥାଉକି ୬ ରୁ ୧୮ ବର୍ଷ ମଧ୍ୟ ରେ କେହି ଯେମିତି ଅଶିକ୍ଷିତ ନ ରହିବେ କିମ୍ବା ଅତି କମ ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠ ପଢିବେ ସେ ନେଇ ଏବେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘରେ ଘରେ ଯାଇ ସର୍ଭେ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.