Home ଜିଲ୍ଲା ପରିକ୍ରମା ଚରମ୍ପାର ମୁଖ୍ୟ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଚରମ୍ପାର ମୁଖ୍ୟ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

13

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଏଥର ଦୋକାନ ସହ ଘର୍ ମଧ୍ୟ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ରେ ଭଦ୍ରକ ସହର ରେ ଉଚ୍ଛେଦ ପରେ କିଛି ଦିନ ପାଇଁ ଉଚ୍ଛେଦ ସ୍ଥଗିତ ରହିଥିଲା । ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଚରମ୍ପା ପଥରଆଡି ଛକ ଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ଏନଏଚ-୧୬ ସର୍ଭିସ ରୋଡ଼ ପାର୍ଶ୍ୱ ସରକାରି ରାସ୍ତା ଓ ଡ୍ରେନକୁ ଆଜି ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଅବରୋଧ ମୁକ୍ତ କରାଯାଉଅଛି । ସୂଚନା ଥାଉ କି, ଦୀର୍ଘ ଦିନରେ ଏହି ମୁଖ୍ୟ ଡ୍ରେନଟିକୁ ଜବରଦଖଲକାରୀମାନେ ନିଜ କବଜାକୁ ନେଇଯାଇଥିଲେ । ଏପରିକି ଆବଶ୍ୟ ଅନୁଯାଇ ଅନେକ ସ୍ଥାନରେ ଡ୍ରେନଟି ପୋତି ପାକାଇଥିଲେ ଅବରୋଧକାରୀ । ଫଳରେ ବିଷମ ସମସ୍ୟାର ସମ୍ମୁଖୀନ ହେଉଥିଲେ ଚରମ୍ପାବାସୀ। ବିଶେଷ କରି ବର୍ଷା ଦିନେ ଜଳ ନିଷ୍କାସନ ନେଇ ଜଟିଳ ସମସ୍ୟା ଉପୁଜିଥାଏ । ବିଗତ ଦିନରେ ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲେ । ତେବେ ସରକାର ପରିବର୍ତନ ପରେ ଡ୍ରେନ ଅବରୋଧ ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । ବିଧାୟକ ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ସମାଧାନ ପାଇଁ ଅଂଟା ଭିଡିଥିଲେ । ଜଲ୍ଲାପ୍ରଶାସନ ସହ ସମନ୍ୱୟ ରଖି ଏ ଦିଗରେ କାର୍ଯ୍ୟ କରିଥିଲେ ବିଧାୟକ । ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ତହସିଲଦାର ରଶ୍ମି ରଞ୍ଜନ ମଲ୍ଲିକ , ରେଭିନିୟୁ ସୁପରଭାଇଜର ଜ୍ୟୋତି ରଞ୍ଜନ ପଣ୍ଡା , ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତି ରେ ଉଚ୍ଛେଦ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ସହଯୋଗ କରୁଥିବା ବେଳେ ଅନେକ ଜବରଦଖଲ କରିଥିବା ଲୋକେ ନିଜସ୍ୱ ଉଦ୍ୟମ ରେ ଖାଲି କରିବା ଆରମ୍ଭ କରିଚନ୍ତି । ତେବେ ଉଚ୍ଛେଦ ର ୩ ଦିନ ପୂର୍ବରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମ ରେ ଜବରଦଖଲକାରୀ ଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ଦୀର୍ଘ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ ଥିବା ଡ୍ରେନଟି ଆଜି ପ୍ରଥମ ଦିନରେ ଅବରୋଧ ମୁକ୍ତ କରାଯାଉଛି ଯାହାକୁ ନେଇ ସ୍ଥାନୀୟବାସୀ ଖୁସିଥିବା ବେଳେ ଦୀର୍ଘ ଦିନର ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରିବା ସହ ବିଧାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.