Home ଜିଲ୍ଲା ପରିକ୍ରମା ଚରମ୍ପାରେ ପୋଖରୀରେ ବୁଡି ପ୍ରାଣ ହରାଇଲେ ଦଶମ ଶ୍ରେଣୀ ଛାତ୍ର ଚନ୍ଦନ

ଚରମ୍ପାରେ ପୋଖରୀରେ ବୁଡି ପ୍ରାଣ ହରାଇଲେ ଦଶମ ଶ୍ରେଣୀ ଛାତ୍ର ଚନ୍ଦନ

43

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍‌୍ ଅନ୍ତର୍ଗତ ଚରମ୍ପା ପଞ୍ଚାୟତର ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ଏକମାତ୍ର ପୁଅ ଚନ୍ଦନ (୧୫) ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି । ବନ୍ଧଗାଁ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଚନ୍ଦନ ଗତକାଲି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପରେ ୫୧୯ ନମ୍ବର ରଖି କୃତିତ୍ୱ ସହ ପାସ୍ କରିଥିଲେ । ବିଦ୍ୟାଳୟରେ ଦ୍ୱିତୀୟ ସର୍ବାଧିକ ନମ୍ବର ରଖିଥିବାରୁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଭଦ୍ରକରେ ଏକ ଘରୋଇ କୋଚିଂ ସେଣ୍ଟରରେ ରହି କୋଚିଂ ନେଉଥିବାବେଳେ ଗତକାଲି ପରୀକ୍ଷା ଫଳ ପ୍ରକାଶ ପାଇବାରୁ ସେ ଗାଁକୁ ଆସିଥିଲା । ଗତକାଲି ଏଥିପାଇଁ ଗାଁର ସାଙ୍ଗମାନଙ୍କ ସହ ଖୁସି ମନାଇବା ସହ ରାତିରେ ସ୍ଥାନୀୟ ପାଞ୍ଚପଡାରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲା । ସକାଳୁ ଯାତ୍ରାରୁ ଫେରି ଆଜି ତାର ଜଣେ ସଂପର୍କୀୟ ଭାଇ ସହ ନିଜ ବାଡିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସିଯାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଏ ଖବର ପ୍ରସାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.