Home ଓଡ଼ିଶା ଚନ୍ଦନ ଶାହା ଗିରଫ, ମଦ, ଡ୍ରଗ୍ସ ବ୍ୟବସାୟ ଓ ବିହାରୀ ଲିଙ୍କ କ୍ରିମିନାଲଙ୍କୁ ଗିରଫ କରା...

ଚନ୍ଦନ ଶାହା ଗିରଫ, ମଦ, ଡ୍ରଗ୍ସ ବ୍ୟବସାୟ ଓ ବିହାରୀ ଲିଙ୍କ କ୍ରିମିନାଲଙ୍କୁ ଗିରଫ କରା ନଗଲେ ସୋମବାର ଠାରୁ ପ୍ରତୀକ ଗଣଧାରଣା – କଂଗ୍ରେସ

93

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ସଂଗୀତା ମୋଟର୍ସ ମ୍ୟାନେଜର ଆତ୍ମହତ୍ୟା ମାମଲାରେ ଚିତ୍ତରଂଜନ ଯେନାଙ୍କ ମୃତ୍ୟୁ ଆଜକୁ ୨୨ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଏହାର ମୁଖ୍ୟ ଅଭିଯୁକ୍ତ ସଂଗୀତା ମୋଟର୍ସର ମାଲିକ ଚନ୍ଦନ ଶାହାକୁ ଗିରଫ କରିନାହିଁ। ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ତାଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ କରାଯିବା ସହ ପ୍ରଥମ ଦଫାରେ ଗତ ୩ ତାରିଖରେ ଜିଲ୍ଲା ପୁଲିସକୁ ୭୨ ଘଣ୍ଟା ସମୟ ଦିଆଯାଇଥିଲା। ଏଥିରେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେବାରୁ ଗତ ତା୧୦ା୦୭ା୨୦୨୦ରିଖ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉକ୍ତ ଘଟଣାର ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ୪ ଦିନ ସମୟ ନେଇଥିଲେ। ଯାହା ଫଳରେ ସେତେବେଳେ ଗଣଧାରଣା କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଜିଲ୍ଲା ପୁଲିସ ପ୍ରଶାସନ ନେଇଥିବା ସମୟ ବିତିଯିବାରୁ ପୁଣି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ପୂର୍ବାଞ୍ଚଳ ଆଇ-ଜି-ଙ୍କୁ ଦେଖା କରି ସମସ୍ତ ଘଟଣା ଆଲୋଚନା କରି ଏକ ଲିଖିତ ଅଭିଯୋଗ ଦେଇଥିଲେ। ତାଙ୍କ ଠାରୁ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ପାଇବା ପରେ ନ୍ୟାୟ ଅପେକ୍ଷାରେ ରହିଥିଲୁ। ହେଲେ ସବୁଥିରୁ ବିଫଳ ହେବା ପରେ ଆମ୍ଭେ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀଦଳ ଭାବରେ ଏକ ଅସହାୟ ପରିବାରକୁ ନ୍ୟାୟ ପ୍ରଦାନ, ସହରରେ ଶ୍ୟାମସୁନ୍ଦର ଗୁପ୍ତାଙ୍କ ମଦ, ଡ୍ରଗ୍ସ ବ୍ୟବସାୟ, ବିହାରୀ ଲିଙ୍କ କ୍ରିମିନାଲମାନଙ୍କ ଦାଉରୁ ଭଦ୍ରକକୁ ସୁରକ୍ଷା ତଥା ରକ୍ଷା କରିବା ପାଇଁ ପୁଣି ସ୍ୱର ଉଠାଇଛି କଂଗ୍ରେସ।

ଆଜି ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟରେ ଏ ନେଇ ଶ୍ରୀ ମହାନ୍ତିଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଏହା ସୂଚନା ଦେବା ସହ ଜିଲ୍ଲା ପୁଲିସ ମଦ ମାଫିଆ ଗୁପ୍ତା ଓ ବିହାରୀ ଲିଙ୍କ୍ କ୍ରିମିନାଲଙ୍କ ମାମଲତକାରଙ୍କ କବଳରେ କବଳିତ ହୋଇଛି ବୋଲି ଆରୋପ କରି ଉଦ୍ବେଗ ପ୍ରକାଶ କରିଥିଲେ। ଦାବି ପୂରଣ ହୋଇ ନଥିବାରୁ ଏ କରୋନା ମହାମାରୀ ସମୟରେ ଗଣଧାରଣା ପରି ଏକ ଦୃଢ ନିଷ୍ପତି ନେବା ପାଇଁ ପୁଣି ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। ଯଦି ପୁଲିସ ଆସନ୍ତା ରବିବାର ସୁଦ୍ଧା ଅଭିଯୁକ୍ତ ଚନ୍ଦନ ଶାହା ଓ ମଦ ମାଫିଆ ଶ୍ୟାମସୁନ୍ଦର ଗୁପ୍ତାଙ୍କୁ ଗିରଫ ନ କରେ, ତେବେ କୋବିଡ଼୍ ଗାଇଡ ଲାଇନ ମାନି ୫ଜଣ ନେତୃବୃନ୍ଦ ସୋମବାର ଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ପ୍ରତୀକ ଧାରଣାରେ ବସିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସ, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ସେକ୍ ଗୁଲାମ ମଇରୁଦ୍ଦିନ, ଅସ୍ରଫ୍ ଅଲ୍ଲୀ ଖାଁ, ପୀତବାସ ଧଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଦାସ, ଅନନ୍ତ ପଣ୍ଡା, ବିଜୟ ବାରିକ, ରଂଜନ ଯେନା, ସେକ୍ ନଫିସ ପ୍ରମୁଖ ଯୋଗ ଦେଇଥିଲେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.