Home କେନ୍ଦୁଝର ଘର ପୁର୍ଣ୍ଣାଙ୍ଗ ପରେବି ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ

ଘର ପୁର୍ଣ୍ଣାଙ୍ଗ ପରେବି ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ

253

ହାଟଡ଼ିହି, ୧୫ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଭଳି ଯୋଜନାରେ ହିତାଧିକାରୀ ମାନେ କିପରି ତୁରନ୍ତ ଘର ପୁର୍ଣ୍ଣାଙ୍ଗ କରିବେ ସେନେଇ ନାନା ଯୋଜନା ଓ ପ୍ରୋତ୍ସହାନ ରାଶି ଯୋଗାଇ ଦେଉଥିବାବେଳେ କିଛି ଅଧିକାରୀ ମାନଙ୍କ ପାଇଁ ଏହି ଯୋଜନା ଏବେ ରସାତଳଗାମୀ ହେଉଛି । ହିତାଧିକରୀମାନେ ଘରକାମ ସମ୍ପୁର୍ଣ୍ଣ କରିବାର ମାସ ମାସ ପରେବି ସେମାନଙ୍କୁ ଅନୁଦାନ ଟଙ୍କା ଦିଆଯାଉ ନଥିବାରୁ ହିତାଧିକାରୀ ମାନେ ମାନସିକ ନିର‌୍ୟ୍ୟତନା ଭୋଗ କରୁଛନ୍ତି । ଧାର ଉଧାର କରି ଘର ପୁର୍ଣ୍ଣାଙ୍ଗ କରିଥିବାରୁ ଟଙ୍କା ସୁଝି ନପାରି ଲୋକମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି । ବାଙ୍ଗୋର ରଗୁଡି ସାହିର ସୁରେଶ ନାଇକ ନାମକ ଜଣେ ବ୍ୟକ୍ତି ୬/୨/୨୦୨୯ରେ କାର‌୍ୟ୍ୟାଦେଶ ପାଇଥିଲେ । ତାଙ୍କ ଏକାଉଣ୍ଟକୁ ୨୦ହଜାର ଟଙ୍କା ପଠାଯାଇଥିଲା ବୋଲି ବ୍ଲକ ପକ୍ଷରୁ କୁହାଯାଇଥିଲା । ମାତ୍ର ଟଙ୍କା ନଯିବାରୁ ସଂପୃକ୍ତ ବ୍ୟକ୍ତି ବ୍ଲକକୁ ଅବଗତ କରାଇବାପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଭୁଲରେ ଟଙ୍କା ପଳାଇଥିଲା ବୋଲି କହି ୨୦/୩/୨୦୨୦ରେ ସୁରେଶଙ୍କ ଏକାଉଣ୍ଟକୁ ଟଙ୍କା ଦିଆଯାଇଥିଲା । ତିନିମାସ ହେଲା ସୁରେଶ ଘରକାମ ସମ୍ପୁର୍ଣ୍ଣ କରିସାରିଥିଲେ ବି ଆଜି ପର‌୍ୟ୍ୟନ୍ତ ତାଙ୍କ ଏକାଉଣ୍ଟକୁ ଆଉ ଟଙ୍କା ଦିଆଯାଇ ନାହିଁ । ସେ ବାରମ୍ବାର ବ୍ଲକକୁ ଦୌଡୁଥିଲେବି ଆଜି ଯିବ କାଲି ଯିବ କହି ସମୟ ଗଡାଇ ଚାଲିଛନ୍ତି ବିଭାଗୀୟ କର୍ମଚାରୀ । ଜଣେ ହିତାଧିକାରୀ ଘର କରୁନଥିଲେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଥିବାବେଳେ ଜଣେ ହିତାଧିକାରୀ ଘରକାମ ସମ୍ପୁର୍ଣ୍ଣ କରିବା ପରେ କାହିଁକି ତାଙ୍କୁ ଅନୁଦାନ ଟଙ୍କା ଦିଆନଯିବ ଓ ଏହି ବିଳମ୍ବ ପାଇଁ କାହା ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ହାଟଡିହି ବ୍ଲକର ବିଡିଓ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.