Home ଜିଲ୍ଲା ପରିକ୍ରମା ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଲୁଟେରା

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଲୁଟେରା

75

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରଲୋକେ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ନଗଦ ଟଙ୍କା ସହ ବହୁ ସୁନାଗହଣା ଲୁଟିନେଇ କଳାକନା ବୁଲାଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏରେଇଁ ପଂଚାୟତର ବିଶାଣି ଖରିଦା ଗ୍ରାମରେ । ଏହି ଗ୍ରାମର ନାରାୟଣ ଗିରିଙ୍କ ଘରେ ସମସ୍ତେ ଶୋଇଥିବାବେଳେ ଚୋରମାନେ ଠାକୁର ଘର ତାଲା ଭାଙ୍ଗି ଘର ଭିତରେ ଥିବା ଟ୍ରଙ୍କଟିକୁ ନେଇ ପଳାଇ ଯାଇଥିଲେ । ଏବଂ ଘର ପାଖ ଏକ ବିଲ ମଧ୍ୟରେ ଟ୍ରଙ୍କଟିକୁ ଭାଙ୍ଗି ସେଥିରେ ଥିବା ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଓ ଏକଭରି ସୁନା ଚୋରି କରିନେଇଥିବା ବିଷୟ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏବେ ଚୋରି କରିବା ପରେ ଚୋରମାନେ ଘର ନିକଟ ଅନତି ଦୂରରେ ଟ୍ରଙ୍କଟିକୁ ଛାଡି ଚାଲିଯାଇଛନ୍ତି । ବାକ୍ସଟିରେ କେବଳ କିଛି କାଗଜପତ୍ର ଛଡା ଆଉ କିଛି ନଥିବାର ଜଣାପଡିଛି । ଏହି ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.