Home ଓଡ଼ିଶା ଘରକୁ ଫେରୁଥିବା ସମୟରେ ସମୟରେ ଆକ୍ରମଣ କଲା ଭାଲୁ, ଯୁବକ ଗୁରୁତର

ଘରକୁ ଫେରୁଥିବା ସମୟରେ ସମୟରେ ଆକ୍ରମଣ କଲା ଭାଲୁ, ଯୁବକ ଗୁରୁତର

215

ବାଲେଶ୍ଵର,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହି ଘଟଣାଟି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମାନଗଡ଼ ଗ୍ରାମରେ ଘଟିଛି।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

ମିଳିଥିବା ସୂଚନା ଅନୁସାରେ, ଗତକାଲି ଉକ୍ତ ଗାଁ ର ବିଦ୍ୟାଧର ବେହେରାଙ୍କ ପୁଅ ସରୋଜ ବେହେରା  ରାତି ରେ ଘରକୁ ଫେରୁଥିବା ସମୟରେ ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତା ମାନଗଡ଼ ଛକରେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ପରେ ୨ ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।  ଫଳରେ  ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣା ପରେ ସେ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.