Home ଜିଲ୍ଲା ପରିକ୍ରମା ଘଂଟେଶ୍ୱରରେ ରକ୍ତଦାନ ଶିବିର, ୬୫ୟୁନିଟ ରକ୍ତ ସଂଗୃହୀତ

ଘଂଟେଶ୍ୱରରେ ରକ୍ତଦାନ ଶିବିର, ୬୫ୟୁନିଟ ରକ୍ତ ସଂଗୃହୀତ

13

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଂଟେଶ୍ୱର ଠାରେ ଥିବା ପାଣିଗ୍ରାହୀ ମେଡିସିନ ଷ୍ଟୋର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଜରାପୁର ଗ୍ରାମ ପଂଚାୟତ ଅର୍ନ୍ତଗତ ଷଣ୍ଢଗଡା ଗ୍ରାମରେ ପ୍ରଥମ ଦିନ ଏହି ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସେହିପରି ଦ୍ୱିତୀୟ ଦିନ ଗୋପିନାଥପୁର ଗ୍ରାମ ପଂଚାୟତ ଅଧିନସ୍ଥ କେଶରପୁରଠାରେ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରତିବର୍ଷ ପରି ଚଳିତବର୍ଷ ମହାମାରୀ କରୋନାକୁ ଆଖି ଆଗରେ ରଖି ସାମାଜିକ ଦୂରତା କୁ ନିଷ୍ଠାର ସହ ପାଳନ କରି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଷଣ୍ଢଗଡା ଯୁବକ ସଂଘର ସଦସ୍ୟ ଚିନ୍ମୟ ବେହେରା,ରଞ୍ଜନ ବେହେରା,ପାଣିଗ୍ରାହୀ ମେଡିସିନ ଷ୍ଟୋରର ସତ୍ୱାଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ,ମନୋରଞ୍ଜନ ଖଟୁଆ ,ଦେବେନ୍ଦ୍ର ସୂତାର ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ଭଦ୍ରକ ବ୍ଲଡ ବ୍ୟାଙ୍କର କର୍ମକର୍ତା ମାନେ ଉପସ୍ଥିତ ରହି ଏହି ରକ୍ତାଦାନ ଶିବିରକୁ ପରିଚାଳନା କରିଥିବା ବେଳେ ଶେଷରେ ବ୍ଲଡ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରିଣୀ ବିମଳା ମିଶ୍ର ପାଣିଗ୍ରାହୀ ମେଡିସିନ ଷ୍ଟୋରର ସତ୍ୱାଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କୁ ମାନପତ୍ର ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.