Home ଜିଲ୍ଲା ପରିକ୍ରମା ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଘର ଜଳିଗଲା

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଘର ଜଳିଗଲା

73

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ପୌରପାଳିକାର ୧୧ ନଂ ୱାର୍ଡରେ ଗ୍ୟାସ୍ ଲିକ୍ ଜନିତ ଅଗ୍ନିକାଣ୍ଡରେ ଘରଟି ସଂପୂର୍ଣ୍ଣ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ରତ୍ନାକର ନାୟକଙ୍କ ରୋଷେଇ ଘର ଜଳିଯାଇଛି । ଆଜି ସକାଳେ ପରିବାର ଲୋକେ ରୋଷେଇ କରିବା ପାଇଁ ଗ୍ୟାସ୍‌ରେ ଅଗ୍ନି ସଂଯୋଗ କରିବା ପରେ ହଠାତ୍ ଗ୍ୟାସ୍ ଟାଙ୍କିଟିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଉକ୍ତ ନିଆଁ ଘରକୁ ବ୍ୟାପି ଯାଇଥିଲା । ପରିବାର ଲୋକେ ପ୍ରାଣ ବିକଳରେ ବାହାରକୁ ବାହାରି ଦୌଡି ପଳାଇ ଆସିଥିଲେ । ଖବର ପାଇ ବାସୁଦେବପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚବା ବେଳକୁ ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.