Home ଓଡ଼ିଶା ଗୌହ୍ୱାଟି ଏବଂ ମେଘାଳୟରେ ବିଭିନ୍ନ ଭିତିଭୂମିର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ପୂର୍ବୋତରକୁ ସବୁଜ ଉର୍ଜା...

ଗୌହ୍ୱାଟି ଏବଂ ମେଘାଳୟରେ ବିଭିନ୍ନ ଭିତିଭୂମିର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ପୂର୍ବୋତରକୁ ସବୁଜ ଉର୍ଜା ବିକାଶର କେନ୍ଦ୍ର କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

28

– ଆଇଆଇଟି ଗୌହ୍ୱାଟିରେ ନାନୋ ଟେକ୍ନୋଲୋଜି ତଥା ଭାରତୀୟ ଜ୍ଞାନ ପଦ୍ଧତି କେନ୍ଦ୍ରର ଲୋକାର୍ପଣ
– ମେଘାଳୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନର ନବ ନିର୍ମିତ ଭବନର ଉଦ୍‌ଘାଟନ
– ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରୀ ନେଇ ପୁସ୍ତକର ଉନ୍ମୋଚନ କଲେ
– ଆଇଆଇଟି ଛାତ୍ରଛାତ୍ରୀ ଓ ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଉପକରଣ ଦେଖିଲେ
– ଟେକ୍ନୋଲୋଜି ଓ ଜ୍ଞାନକୌଶଳକୁ ଉପଯୋଗ କରିବାକୁ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ପରାମର୍ଶ
– ଆସାମର ପବିତ୍ର ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ଦର୍ଶନ କଲେ

ଗୌହ୍ୱାଟି, ନଭେମ୍ବର ୨୧ (ଓଡ଼ିଆ ପୁଅ) – ପୂର୍ବୋତର ରାଜ୍ୟକୁ ସବୁଜ ଉର୍ଜା ବିକାଶର କେନ୍ଦ୍ର କରିବା ପାଇଁ ନବସୃଜନ ତଥା ଜୈବ ବିବିଧତା ଆଧାରିତ ଗବେଷଣାର ଲାଭ ଉଠାଇବାକୁ ଆଇଆଇଟି ଗୌହ୍ୱାଟିକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଆଇଆଇଟି ଗୌହ୍ୱାଟିରେ ଅତ୍ୟାଧୁନିକ ନାନୋ ଉଦ୍ୟୋଗିକ କେନ୍ଦ୍ର(ସିଏନଟି) ତଥା ଭାରତୀୟ ଜ୍ଞାନ ପଦ୍ଧତି କେନ୍ଦ୍ର(ସିଆଇକେଏସ) ସମେତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଭିନ୍ନ ଭିତିଭୂମି ସୁବିଧାର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକଙ୍କୁ ଏହି ଆହ୍ୱାନ କରିଛନ୍ତି। ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଇଆଇଟି ଗୌହ୍ୱାଟିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର କ୍ରିୟାନ୍ୱୟନ ନେଇ ଏକ ପୁସ୍ତକର ଉନ୍ମୋଚନ ମଧ୍ୟ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଆଇଆଇଟି ଗୌହ୍ୱାଟିରେ ଉଦ୍‌ଘାଟିତ ହୋଇଥିବା ଅତ୍ୟାଧୁନିକ ନାନୋ ଉଦ୍ୟୋଗିକ କେନ୍ଦ୍ରରେ ଅନେକ ଉତ୍କର୍ଷ କେନ୍ଦ୍ର ଯଥା ଇନକୁବେଟର, ନାନୋ-ବାୟୋ-ମ୍ୟାଟେରିଆଲ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଉର୍ଜା କ୍ଷେତ୍ରରେ ଗବେଷଣା ଓ ଶିକ୍ଷା ପାଇଁ ଅତ୍ୟାଧୁନିକ ଲାବ୍ରୋଟୋରୀ ରହିଛି। ଆଇଆଇଟି ଗୌହ୍ୱାଟି ଗବେଷଣାରେ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଆଗକୁ ବଢ଼ୁଛି। ବିପର୍ଯ୍ୟୟ ପରିଚାଳନା, ଜୈବ ବିବିଧତା ଆଧାରିତ ଗବେଷଣା, ସବୁଜ ଉର୍ଜାର ବିକାଶ, ଜ୍ଞାନ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତାର ପ୍ରୋତ୍ସାହନ ଦେବା ଦିଗରେ ଏହି ଅନୁଷ୍ଠାନ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛି।

ସମାଜର କଲ୍ୟାଣ ପାଇଁ ଆଇଆଇଟି ଗୌହ୍ୱାଟି ନବସୃଜନକୁ ବ୍ୟବହାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଉତର-ପୂର୍ବ ରାଜ୍ୟ ସମୂହ ଆଇଆଇଟି ଗୌହ୍ୱାଟି ସହଯୋଗରେ ସବୁଜ ଉର୍ଜାର ବିକାଶର ହବ୍‌

ହୋଇପାରିବ। ଏହି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସୁଦୃଢ଼ ଇକୋସିଷ୍ଟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରୋତ୍ସାହିତ କରିଛନ୍ତି।

ଏହି ପୃଷ୍ଠଭୂମିରେ ଆସାମର ସମାଜ ସଂସ୍କାରକ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ସଭ୍ୟତା ଓ ମାନବ ସମାଜକୁ ଦିଗଦର୍ଶନ ଦେଇଥିଲେ। ଗୌରବମୟ ଅହଂ ସଂସ୍କୃତି, ବ୍ରହ୍ମପୁତ୍ର, ମାଆ କାମାକ୍ଷାଙ୍କ ପବିତ୍ର ଭୂମି ଏବଂ ଲଚିତ ବୋରଫୁକନଙ୍କର ଏହି ଭୂମି ଆଇଆଇଟି ଗୌହ୍ୱାଟିର ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଓପି୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଦିଗରେ ଭାରତର ପଂଚାମୃତ ଭିଜନକୁ ଉଲ୍ଲେଖ କରିଥିଲେ। ଏହାବ୍ୟତିତ କୋଭିଡ୍‌-୧୯ ସମୟରେ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା, ପିପିଇ କିଟ୍ ଆମକୁ ସାହାଯ୍ୟ କରିବା ସହ ଭ୍ୟାକସିନର ବିକାଶ ଏବଂ ଉତ୍ପାଦନ ଦେଶର କ୍ଷମତାକୁ ଦର୍ଶାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ଗୌହ୍ୱାଟିର ଛାତ୍ରଛାତ୍ରୀ ଏବଂ ଯୁବ ଉଦ୍ୟୋଗୀଙ୍କୁ ଭେଟି ସେମାନଙ୍କର ଗବେଷଣା ଓ ନବସୃଜନ ଆଧାରିତ ଉପକରଣ ଗୁଡ଼ିକୁ ଦେଖିଥିଲେ। କାର୍ଯ୍ୟକ୍ରମରେ ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ସାଂସଦ କୁଇନ୍ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ, ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗମାଙ୍କ ସହ ସିଲଙ୍ଗ ଠାରେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନର ନବ ନିର୍ମିତ ଭବନର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ସେହିପରି ଆସାମର ପବିତ୍ର ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ମଧ୍ୟ ମାଆଙ୍କ ଦର୍ଶନ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.