Home ଓଡ଼ିଶା ଗୋଳବାରୁଦ କାରଖାନା ଆଗରେ ବିସ୍ଥାପିତଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ଗୋଳବାରୁଦ କାରଖାନା ଆଗରେ ବିସ୍ଥାପିତଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

64

ବଲାଙ୍ଗୀର, ୩୦-୦୯ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଧାରଣା ଆର‌ମ୍ଭ ହୋଇଛି। ନିଯୁକ୍ତି ଦାବିରେ ବିସ୍ଥାପିତଙ୍କ କାରଖାନା ଗେଟ୍ ଆଗରେ ଧାରଣା ଚାଲିଥିବା ବେଳେ ହାଇକୋର୍ଟ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ ବିସ୍ଥାପିତ ବିରୋଧ କରିଛନ୍ତି। ୧୯୫୪ ମସିହାରେ ଗୋଳାବାରୁଦ କାରଖାନା ୧୦୩୦ ଜଣ ବିସ୍ଥାପିତଙ୍କୁ ନିଯୁକ୍ତି ଦେବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳ ର ଯୁବକ, ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ମୁଖ୍ୟତଃ ୧୦୩୦ ଜଣ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇବା ଉଚିତ ହୋଇଥିବା ବେଳେ ଏବେ ବି ୩୦ ଜଣ ନିଯୁକ୍ତି ପାଇବାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ବିସ୍ଥାପିତ ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି। ଏ ଦିଗରେ ସ୍ୱତନ୍ତ୍ର ଭାବେ ବିଭାଗୀୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.