Home ଜିଲ୍ଲା ପରିକ୍ରମା ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୯ ଗୋରୁଙ୍କର ମୃତ୍ୟୁ

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୯ ଗୋରୁଙ୍କର ମୃତ୍ୟୁ

151

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ୧୬ନଂ ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ୯ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ଏବଂ ଅନେକ ଗୋରୁ ଆହତ ହୋଇଥିବାର ଜଣାଯାଇଛି । ଏହି ଗାଡିର ଚାଳକ ଫେରାର ହୋଇଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ପିକ୍‌ଅପ୍ ଭ୍ୟାନ୍‌ଟି ବାଲେଶ୍ୱର ଦିଗରୁ ଗୋରୁ ବୋଝେଇ କରି ଭଦ୍ରକ ଆସୁଥିବାବେଳେ ତିଶଳପୁର ଛକ ନିକଟରେ ତାର ଆଗଚକ ଫାଟି ଯାଇଥିଲା । ଫଳରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଆହତ ଗୋରୁଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜାତୀୟ ରାଜପଥରୁ ସ୍ଥାନାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.