Home ଜିଲ୍ଲା ପରିକ୍ରମା ଗୋବିନ୍ଦପୁର ପଂଚାୟତ ରେ ଜଳ ଛତ୍ର ଖୋଲିବା ନାମରେ ଦୁର୍ନୀତି, ବିଡ଼ିଓ ଜାଣି ଚୁପ୍

ଗୋବିନ୍ଦପୁର ପଂଚାୟତ ରେ ଜଳ ଛତ୍ର ଖୋଲିବା ନାମରେ ଦୁର୍ନୀତି, ବିଡ଼ିଓ ଜାଣି ଚୁପ୍

11

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଖରାଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାମନଗର ବ୍ଳକ ରେ ବିଭିନ୍ନ ପଞ୍ଚାୟତରେ ଏପ୍ରିଲ ୧୫ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୭୫ ଦିନ ପାଇଁ ପ୍ରବଳ ଖରା ଯୋଗୁଁ ପଥଚାରୀ ଙ୍କୁ ପିଇବା ପାଣି ବଣ୍ଟନ ନିମନ୍ତେ ସୁବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଗତ ବର୍ଷ ମାନଙ୍କରେ ପଥଚାରୀ ଙ୍କ ଶୋଷ ମେଣ୍ଟାଇବା ପାଇଁ ପଞ୍ଚାୟତର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସେଡ ନିର୍ମାଣ କରି ମାଟି ମାଠିଆରେ ପାଣି ବ୍ୟବସ୍ଥା ରହିବା ସହ ଜଣେ ବ୍ୟକ୍ତିକୁ ନିୟୋଜିତ କରାଯାଇଥାଏ। କିନ୍ତୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବହୁ ପଞ୍ଚାୟତର ମୁଖ୍ୟ ବଜାର ମାନଙ୍କରେ ବର୍ତ୍ତମାନ ସୁଦ୍ଧା ଜଳ ଛତ୍ର ଖୋଲା ଯାଇନି। ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଶହ ଶହ ଲୋକ ବାହାରକୁ ଯାଆନ୍ତି। କିନ୍ତୁ ଜଳ ଛତ୍ର ଖୋଲା ଯାଇନଥିବା ଯୋଗୁଁ ଗରୀବ ଲୋକେ ବାଧ୍ୟ ହୋଇ ଦୋକାନରୁ ପାଣି ବୋତଲ କିଣି ଆଣି ଶୋଷ ମେଣ୍ଟାଉଛନ୍ତି। କିଛି ପଞ୍ଚାୟତରେ କେବଳ ବିଷୁବ ସଂକ୍ରାନ୍ତି ଦିନ ଜଳ ଛତ୍ର ଖୋଲି ଦେଇ ଦାୟିତ୍ୱ ସାରି ଦେଇ ଛନ୍ତି ।କେତେକ ସ୍ଥାନରେ କପଡ଼ା ଘେରା ସେଡକୁ ଦେଖାଇ ଅର୍ଥ ହଡ଼ପ ମସୁଧା ଚାଲିଛି। ଏହି ବ୍ଲକ ଅଞ୍ଚଳରେ ବହୁ ସରକାରୀ ଓ ବେସରକାରୀ ସଙ୍ଗଠନ ଏବଂ ଅନୁଷ୍ଠାନ ଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ନାହାଁନ୍ତି।ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ର ମଧ୍ୟ ଜଳ ଛତ୍ର ଖୋଲିବା ନାଁରେ ବ୍ୟାପକ ଦୁର୍ନୀତି ହୋଇଛି। ଉକ୍ତ ପଂଚାୟତ ର ଗୋବିନ୍ଦପୁର ହାଟ ଛକ ନିକଟରେ ପଂଚାୟତ ପକ୍ଷରୁ ଜଳ ଛତ୍ର ଖୋଲା ଯାଇ ଥିଲେ ମଧ୍ୟ ସେଥିରେ ବ୍ୟାପକ ଦୁର୍ନୀତି ହୋଇଛି। ମାତ୍ର ଗୋଟିଏ ଦିନ ଜଳ ଛତ୍ର ଖୋଲି ଦେଇ କାମ ସାରି ଦେଇଛନ୍ତି । ଏବେ ଜେଉ ଖରା ଗରମ ଗୁଳୁ ଗୁଳି ହେଉଚି ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏ ଦିଗରେ ବିଡ଼ିଓ ବନ ବିହାରି ଦିନ୍ଦା ଙ୍କ ସହ ଯୋଗା ଯୋଗ କରା ଯାଇଥିଲା ସେ କହିଥିଲେ ଜଳ ଛତ୍ର ଖୋଲିବା ଦାଇତ୍ୱ ସରପଂଚ ମାନଙ୍କ ର ସେମାନଙ୍କ ସହ ଯୋଗା ଯୋଗ କରିବା ପାଇଁ କହିଥିଲେ। ତେବେ ବିଡ଼ିଓ ବ୍ଲକ ରେ ମୁଖ୍ୟ ଯଦି ପଂଚାୟତ ରେ କିଏ ଜଳ ଛତ୍ର ଖୋଲିବା ରେ ଅବହେଳା କଲେ ବିଡ଼ିଓ ତାଗିଦ କିମ୍ବା କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ମାତ୍ର ସରପଂଚ ଙ୍କୁ ପଚାର ବୋଲି କହି ଫୋନ କାଟି ଦେଇଥିଲେ । ଏ ଦିଗରେ ଉକ୍ତ ପଂଚାୟତ ର ପିଇଓ ରାକେଶ ସେନାପତିଙ୍କ ସହ ଯୋଗା ଯୋଗ କରିଥିଲୁ, ସେ କହିଥିଲେ ଏପରି ଅଭିଯୋଗ ଆସିଛି ଦିନେ ଦୁଇଦିନ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲି କହିଥିଲେ। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ଧାମନଗର ବ୍ଲକ କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସବୁ ପଞ୍ଚାୟତ ରେ ଜଳ ଛତ୍ର ଖୋଲିବାକୁ ନିର୍ଦେଶ ଦେବାକୁ ଧାମନଗର ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.