Home ଜିଲ୍ଲା ପରିକ୍ରମା ଗୋପିନାଥପୁର ବାଲିଘାଟ ନିଲାମକୁ ବିରୋଧ କଲେ ପଞ୍ଚାୟତ ପ୍ରତିନିଧି

ଗୋପିନାଥପୁର ବାଲିଘାଟ ନିଲାମକୁ ବିରୋଧ କଲେ ପଞ୍ଚାୟତ ପ୍ରତିନିଧି

52

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ପଂଚାୟତ କାର୍ଯ୍ୟାଳୟଠାରେ ସରପଂଚ ଅଶୋକ ଦାସଙ୍କ ପୌରହିତ୍ୟରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସରକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଞ୍ଚାୟତ ପକ୍କାରାସ୍ତା ଆଦିର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶେଷ କରି ଚଳିତବର୍ଷ ସାଳନ୍ଦୀ ନଦୀ ବାଲିଘାଟ ନିଲାମ ହୋଇଥିବାରୁ ବୈଠକରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା । ଏଠାରେ ବାଲିଖନନ କରାଗଲେ ନଦୀ ସଂଲଗ୍ନ ଗାଁ ଲୋକଙ୍କର ନାନାଦି ସମସ୍ୟା ସୃଷ୍ଟି ହେବା ସହିତ ନଦୀର ଗତିପଥ ବଦଳି ବନ୍ୟା ଅ୍ରାଶଙ୍କା ସୃଷ୍ଟି ହେବ । ଅପରପକ୍ଷେ ନଦୀରୁ ବାଲି ଉଠାଇବା ସମୟରେ ପଠାରୁ ବାଲି ସମତେ ମାଟି କାଟିନେଉ ଥିବାର ଦେଖା ଯାଉଛି । ଆଗକୁ ଗ୍ରାମ ଗୁଡ଼ିକ ନଦୀଗର୍ଭରେ ଲୀନ ହେବାର ଆଶଙ୍କା କରି ଲୋକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବାଲିଘାଟ ନିଲାମ ରଦ୍ଦ ପାଇଁ ଆଜିର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଏ ସଂପର୍କରେ ଜିଲାପାଳ ଓ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାକୁ ସ୍ଥିରିକୃତ ହୋଇଛି । ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପ୍ରକାଶ ମହାପାତ୍ର, ନାଏବ ସରପଞ୍ଚ ସାଗରିକା ଦାସ, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଜେନା, ୱାର୍ଡ଼ସଭ୍ୟା/ସଭ୍ୟ ଉର୍ମିଳା ବେହେରା, ରାଜେନ୍ଦ୍ର ନାୟକ, ଶ୍ରୀଧର ବାରିକ, ଜଞ୍ଜଳୀ ଖଟୁଆ, ଜୟନ୍ତୀ ମହାନ୍ତି, ନିରାକାର ଦାସ, ସାବିତ୍ରୀ ସାହୁ, ଭଜନ ବେହେରା, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସନାତନ ରାଉତ, ହେନା ଦାସ ଓ ଗ୍ରାମରୋଜଗାର ସେବକ ସୁବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଏଥି ପୂର୍ବରୁ ଏହି ତହସିଲ ଅଧିନ ମହାନ୍ତିପଡ଼ା ପଞ୍ଚାୟତ ବାଲିଘାଟକୁ ମଧ୍ୟ ପଞ୍ଚାୟତ ପକ୍ଷରୁ ବିରୋଧ କରାଯାଇ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇ ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.