Home ଓଡ଼ିଶା ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ର ଆବେଦନ ଅବଧି ୨୫ ତାରିଖ ପର୍ଯ୍ୟନ୍ତ...

ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ର ଆବେଦନ ଅବଧି ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ଓଜେୟୁ ର କୃତଜ୍ଞତା ଜ୍ଞାପନ

61

ସମ୍ବଲପୁର, ୧୧/୦୬(ସରୋଜ ସାହୁ): ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ୨୦୨୧- ୨୨ ରେ ହିତାଧିକାରୀ ସଂଯୋଗୀକରଣ ପାଇଁ ଆବେଦନ ର ଶେଷ ତାରିଖ ଆସନ୍ତାକାଲି ୧୨ ତାରିଖ ଥିବାବେଳେ ରାଜ୍ୟ ସରକାର ଆଜି ଆବେଦନ ଅବଧି ୨୫ ତାରିଖ କୁ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣ ର ଭାୟାବହତା କୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରେ ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଆବେଦନ କରିବାର ଅବଧି ତାରିଖ ବୃଦ୍ଧି ପାଇଁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗତ ୪ ତାରିଖ ଦାବି ହୋଇଥିଲା। ଦାବି କୁ ଗୁରୁତ୍ୱ ଦେଇ ଆଜି ସରକାର ଆବେଦନ ଅବଧି ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଆବେଦନ ଅବଧି ତାରିଖ ବୃଦ୍ଧି କରିଥିବା ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହା ଫଳରେ ବାଦ୍ ପଡିବାକୁ ଥିବା ଅନେକ ସାମ୍ବାଦିକ ଉପକୃତ ହେବେ ବୋଲି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର ଏବଂ ସମ୍ପାଦକ ସରୋଜ ସାହୁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.