ad
ଜିଲ୍ଲା ପରିକ୍ରମା

ଗେଲପୁରରେ ନୂତନ ସରସ୍ୱତୀ ଶିଶୁ ମନ୍ଦିର ଉଦ୍ଘାଟିତ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗେଲପୁର ପଞ୍ଚାୟତ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ, ଗେଲପୁର ଛକ ନିକଟରେ ଏକ ନୂତନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ସମାରୋହରେ ସ୍ଥାନୀୟ ଅଞ୍ଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ତଥା ଭଦ୍ରକ ଜିଲ୍ଲାର ପ୍ରମୁଖ ଶିକ୍ଷାବିତ୍ମାନେ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମୁଖ୍ୟଅତିଥି ଭାବରେ ବାପୁଜୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ କିଶୋର ନାୟକ, ମୁଖ୍ୟବକ୍ତା ଭାବରେ ଶିକ୍ଷା ବିଭାଗ ସଂସ୍ଥାନର ଜିଲ୍ଲା ପ୍ରଭାରୀ ଦେବେନ୍ଦ୍ର ମହାଳିକ ଓ ଜିଲ୍ଲା ମୁଖ୍ୟ ରାମଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ସୁବ୍ରତ କୁମାର ରାଉତ ଯୋଗ ଦେଇଥିଲେ। ସଭାରେ ସଭାପତିତ୍ୱ କରିଥିଲେ ସରସ୍ୱତୀ ଶିଶୁ ମନ୍ଦିରର ସ୍ଥାୟୀ ସଭାପତି ନିରାକାର ନାୟକ। ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। କୁନି କୁନି ପିଲାଙ୍କର ‘ବନ୍ଦେ ଉତ୍କଳ ଜନନୀ’ ଗାନ ଓ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ଗୁରୁମା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିକାଶ ସଂସ୍ଥାନର ସହବନ୍ଧିତାରେ ଅରୁଣରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଉଛି ଏବଂ ପ୍ରତ୍ୟେକ ବର୍ଷ ନୂତନ ଶ୍ରେଣୀମାନ ଯୋଗ କରାଯାଇ ଦଶମ ଶ୍ରେଣୀ ଯାଏଁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top