Home ଜିଲ୍ଲା ପରିକ୍ରମା ଗୁଡ଼ୁଦା ସରପଞ୍ଚଙ୍କ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ

ଗୁଡ଼ୁଦା ସରପଞ୍ଚଙ୍କ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ

31

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣା ବ୍ଲକ ଅନ୍ତର୍ଗତ ଗୁଡ଼ୁଦା ପଞ୍ଚାୟତରେ ସରକାରୀ ଯୋଜନା କାର୍ଯ୍ୟକାରୀରେ ଅନିୟମିତତା ଓ ଯୋଜନା ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଗୁଡ଼ୁଦା ସରପଞ୍ଚ ବସନ୍ତ କୁମାର ପ୍ରଧାନ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପ୍ରଭାବିତ ସହ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ଚାଲିଥିବା ସେମାନେ କହିଛନ୍ତି। ବିଭିନ୍ନ ଯୋଜନାରେ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଅତିନିମ୍ନମାନରେ ହେଉଥିବା ବେଳେ ବହୁ ପ୍ରକଳ୍ପରେ ଅଧା କାର୍ଯ୍ୟ କରି ସମ୍ପୂର୍ଣ୍ଣ ବିଲ୍ ଉଠାଇବା, ଆଦୌ କାର୍ଯ୍ୟ ନକରି ପୁରୁଣା କାର୍ଯ୍ୟକୁ ଦେଖାଇ ବିଲ୍ କରିବା ପ୍ରଭତି ବେଆଇନ୍ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି। ସବୁଠାରୁ ବଡ଼କଥା ହେଲା ପଞ୍ଚାୟତ ବୈଠକ ନ ଡକାଇ କିମ୍ବା ବୈଠକରେ ପ୍ରକଳ୍ପ ଗୃହୀତ ନକରି ସମସ୍ତ କାର୍ଯ୍ୟ କରାଯାଉଥିବା ବେଳେ ୱାର୍ଡ଼ ସଭ୍ୟମାନଙ୍କୁ ବି ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି। ଏନେଇ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଲେ ବି ମିଳୁ ନାହିଁ। ତୁରନ୍ତ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.