Home ଓଡ଼ିଶା ଗୁହାଳ ଯୋଜନାରେ ମୋ ଗୁହାଳ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ

ଗୁହାଳ ଯୋଜନାରେ ମୋ ଗୁହାଳ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ

370

ଯାଜପୁର ୨୪ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତବନ୍ୟା ଯୋଗୁ ଜିଲ୍ଲାର ୮ଟି ତହସିଲ ଅଧୀନରେ ୧୪୮୯୦ଟି ଗୁହାଳ ନଷ୍ଟ ହୋଇଥିବା ବିଭିନ୍ନ ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ଗୁହାଳ ପ୍ରଦାନର ବ୍ୟବସ୍ଥା ଥିବାରୁ ଏହି ଅର୍ଥର ସୁବିନିଯୋଗ କରି ପ୍ରତି କ୍ଷତିଗ୍ରସ୍ତଙ୍କୁ ଗୁହାଳ ଯୋଗାଇ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିଡିଓମାନଙ୍କ ସହ ଆଲୋଚନା କରାଯାଇଛି। ମୋ ଗୁହାଳ ଯୋଜନାରେ ଦୁଇଟି ପ୍ରକାର ଗୁହାଳ ନିର୍ମାଣର ବ୍ୟବସ୍ଥା ରହିଛି। ଇଟାକାନ୍ଥ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କାର ସହାୟତା ରାଶି ଥିବା ବେଳେ ମାଟିକାନ୍ଥ ଗୁହାଳ ପାଇଁ ୬୬ ହଜାର ପର୍ଯ୍ୟନ୍ତ ସରକାରୀ ଆର୍ଥିକ ସହାୟତା ରାଶି ରହିଛି। ତେଣୁ ବାସ୍ତବ କ୍ଷତିଗ୍ରସ୍ତଙ୍କୁ ତଦନ୍ତ କରି ଗୁହାଳ ଯୋଜନାରେ ମୋ ଗୁହାଳ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.