Home ଓଡ଼ିଶା ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା

ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା

49

ଭୁବନେଶ୍ୱର୪।୯(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୁରେଇ ଅଞ୍ଚଳର ବାସିନ୍ଦା ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କୁ ଆଜି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ଭୁବନେଶ୍ୱର, କଟକ, କୋରେଇ ଓ ପୁଡୁଚେରୀ ସମେତ ୬ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ।ଭୁବନେଶ୍ୱର ଘାଟିକିଆ, କଟକରେ ଶ୍ୱଶୁର ଘର, କୋରେଇ ପୈତୃକ ବାସଭବନ, କଟକ ସିଡିଏରେ ଥିବା ଫ୍ଲାଟ, କଟକ ଓ ଭୁବନେଶ୍ୱର ଅଫିସ କାର୍ଯ୍ୟାଳୟ ଓ ପୁଡୁଚେରୀରେ ଥିବା ଘରେ ରେଡ୍ କରାଯିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.