Home କେନ୍ଦୁଝର ଗାଁ ଗାଁରେ ବ୍ୟାପୁଛି କରୋନା

ଗାଁ ଗାଁରେ ବ୍ୟାପୁଛି କରୋନା

145

ହାଟଡିହି ୧୬/୦୫ କରୋନାର ଦ୍ୱିତୀୟ ଲହର ଏବେ ସହର ସହିତ ଗାଁ ଗାଁ କୁ ମାଡି ଚାଲିଛି । ଯାହାଦ୍ୱାରା ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜିସୁଧା ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୭ଜଣ ସୁସ୍ଥ ହୋଇ ଫେରିଛନ୍ତି । କିନ୍ତୁ ୨୦୨୦ରେ କରୋନାକୁ ନେଇ ଲୋକଙ୍କ ଭିତରେ ଥିବା କୋକୁଆ ଭୟ ଓ ପ୍ରଶାସନର ଦୃଢ଼ ପଦକ୍ଷେପ ଯୋଗୁଁ ଏହା ଏତେ ପରିମାଣର ବ୍ୟାପି ପାରିନଥିଲା । କିନ୍ତୁ ଏବେ ଲୋକମାନଙ୍କର ସଚେତନତାର ଅଭାବ ଓ ପ୍ରଶାସନର କୋହଳ କଟକଣା ଯୋଗୁଁ ଏବେ ଗାଁ ଗାଁରେ କରୋନା ବ୍ୟାପିବାରେ ଲାଗିଛି । ଗତବର୍ଷ ଏହି ବ୍ଲକର ବଞ୍ଚୋ ପଞ୍ଚାୟତରେ ମାତ୍ର ଦୁଇଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଆଜି ସୁଧା ୨୨ଜଣ ଆକ୍ରାନ୍ତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇଜଣଙ୍କର ମୃତୁ୍ୟ ମଧ୍ୟ ଘଟିଛି । ଯାହାକୁନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ପ୍ରଶାସନିକ ଅଧିକାରୀ ଓ ଡାକ୍ତରୀଦଳ ଏହି ଗାଁ ପରିଦର୍ଶନ କରି ଘରଘର ବୁଲି ଆକ୍ରାନ୍ତ ମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହିତ ସଂକ୍ରମିତ ମାନେ ଯେପରି ଗୃହ ସଂଗରୋଧରେ ରହିବେ ଓ ଗାଁ ଲୋକମାନେ ସାମାଜିକ ଦୁରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବେ ସେନେଇ ସଚେତନ କରାଇଥିଲେ । ଅଧିକମାରୀ ମାନଙ୍କ ନିଦେ୍ର୍ଦଶମତେ ଅଗ୍ନିଶମ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ଗାଁକୁ ବିଶୋଧନ କରାଯାଇଥିଲା । ବିଶେଷକରି ଏହି ଦ୍ୱିତୀୟ ଲହରରେ ଅଧିକ ସଂକ୍ରମିତ ହେଉଥିବାରୁ ଘରଘର ବୁଲି ଟେଷ୍ଟିଂ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.