Home ଜିଲ୍ଲା ପରିକ୍ରମା ଗାଁସାଥୀ (ମେଟ୍‌)ମାନଙ୍କ ଆନ୍ଦୋଳନ, ଦାବି ପୂରଣ ଦାୟିତ୍ୱ ନେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୧୫ରୁ ବ୍ଲକ...

ଗାଁସାଥୀ (ମେଟ୍‌)ମାନଙ୍କ ଆନ୍ଦୋଳନ, ଦାବି ପୂରଣ ଦାୟିତ୍ୱ ନେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୧୫ରୁ ବ୍ଲକ ସ୍ତରୀୟ ଆନ୍ଦୋଳନ

78

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁସାଥୀ (ମେଟ୍‌୍‌)ମାନେ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ହୋଇଥିଲା। ଗତ ୨୮ ତାରିଖ ଗାଁସାଥୀମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନର ହୋଇଥିବା ଆଲୋଚନାର ପ୍ରସିଡିଂରେ କେତେକ ତଥ୍ୟକୁ ସାମିଲ କରାଯାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥି ସହିତ ଭଣ୍ଡାରିପୋଖରୀ ବ୍ଲକର ତେସିଂଗା ଗ୍ରାମରେ ମନରେଗା କାର୍ଯ୍ୟରେ ହୋଇଥିବା ମହାଦୁର୍ନୀତି ଏବଂ ବାସୁଦେବପୁର ବ୍ଲକର ବ୍ରାହ୍ମଣୀଗାଁ ପଞ୍ଚାୟତର ଜିଆର୍‌ଏସ୍ ଗାଁସାଥୀଙ୍କୁ ଦୁର୍ବ୍ୟବହାର କରିବା ଆଦି ବିଭିନ୍ନ ଘଟଣାକୁ ବିକ୍ଷୋଭ ସଭାରେ ଉପସ୍ଥାପନ କରାଯାଇଥିଲା। ଗାଁସାଥୀ (ମେଟ୍‌) ମିଳିତ କ୍ରିୟାନୁଷ୍ଠାନ କିମଟି ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳ ଏଥିରେ ଯୋଗ ଦେଇ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ତୁରନ୍ତ ବଦଳି କରିବା ସହ ଦୁର୍ନୀତିର ତଦନ୍ତ ଉପଜିଲ୍ଳାପାଳଙ୍କ ଦ୍ୱାରା କରାଯିବା, ଦୀର୍ଘ ୨ ବର୍ଷ ଧରି ଗାଁସାଥୀଙ୍କ ବକେୟା ଥିବା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରିଥିଲେ। ବିକ୍ଷୋଭ ସଭାରେ ପ୍ରମୋଦ ସାମଲ, ମନୋଜ ପାଢୀ, ଭରତ ବାରିକ, ଅମର ମଳିକ, ଅକ୍ଷୟ ଜେନା, ଅର୍ଜୁନ ମଣ୍ଡଳ, ବିକାଶ ନାୟକ, ସୁଷମା ସାହୁ, କଳ୍ପନା ପଣ୍ଡା, ରବିନ୍ଦ୍ର ମାଝୀ, ମମତା ଜେନା, ଲୀଳାବତୀ ମଲ୍‌ଇକ ପ୍ରମୁ୍‌ଖ ଆନ୍ଦୋଳରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ସମୟ ଆନ୍ଦୋଳନ ପରେ ଜିଲ୍ଳାପପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସି.ଡି.ଓ. କମ୍ ଇ.ଓ. ଇନ୍ଦ୍ରମଣି ନାୟକ, ବରିଷ୍ଠ ନେତା ମଳୟ ଜେନା, ମନରେଗା ଏମ୍‌.ସି. ସସ୍ମିତା ଜେନା ଆନ୍ଦୋଳନ ସ୍ଥଳକୁ ଆସି ଗାଁସାଥୀଙ୍କୁ ଦାବିକୁ ଶୁଣିବା ସହିତ ଖୁବ୍ ଶୀଘ୍ର ସେ ନିଜେ ଏହାର ଦାୟିତ୍ୱ ନେଇ ଦାବି ପୂରଣ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେହିଭଳି ଅଗଷ୍ଟ ୧୫ରୁ ବ୍ଲକ ସ୍ତରରେ ଆନ୍ଦୋଳନ ତଥା ଗାଁସାଥୀ(ମେଟ୍‌)ଙ୍କୁ ସମସ୍ତ ଦୃଷ୍ଟିକୋଣରୁ ସଶକ୍ତ କରିବା ଲାଗି ସଂଘ ନିଷ୍ପତି ନେଇଛି। ଏହି କ୍ରମରେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ ଘେରାଓ କରାଯିବ ବୋଲି ଶ୍ରୀ ବିଶ୍ୱାଳ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.