Home ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ବୈଠକ

ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ବୈଠକ

46

ମାଲକାନଗିରି ,୨୪ା୭(ଓଡିଆ ପୁଅ) ମାଲକାନଗରି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଜରୁରୀ କାଳିନ ବୈଠକ କୋଭିଡ ନିୟମ ପାଳନ କରାଯାଇ ସ୍ଥାନୀୟ ଜିଲ୍ଲାପାଠାଗାର ସଭାଗୃହରେ ଡିଆଇପିଆରଓ ସ୍ନିଗ୍ଧାରାଣୀ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲାସ୍ତର ଓ ବ୍ଲକସ୍ତରରେ କାର୍ଯ୍ୟରତ ସମସ୍ତ ସମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସହିତ ସ୍ୱାସ୍ଥ୍ୟବିମା କାର୍ଡ,ନକଲି ସାମ୍ବାଦିକ ଚିହ୍ନଟକରଣ,ସରକାରି ସ୍ତରରେ ତଥ୍ୟସଂଗ୍ରହ ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ନେଇ ସରକାରି ସ୍ତରରେ ଏକ ଓ୍ୟାଟ୍‌ସଅପ ଗୃପ କୁ କାର୍ଯ୍ୟକାରି କରିବା ପାଇଁ ଏହି ବୈଠକ ରେ ନିସ୍ପତି ନିଆଯାଇଥିଲା । ଏହି ଓ୍ୟାଟ୍‌ସଅପ ଗୃପରେ କେବଳ ଜିଲ୍ଲାର ବିଭିନ୍ନ ସରକାରି ସୁଚନା ସହ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ଓ ପ୍ରଚାରିତ ନିୟୁଜ କଟିଂ,ନିୟୁଜ କ୍ଲିପିଂ ପୋଷ୍ଟ ବ୍ୟତିତ ଅନ୍ୟକିଛି ବ୍ୟକ୍ତିଗତ ସୁଚନା ପୋଷ୍ଟ କରା ନ ଯିବା ପାଇଁ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧା ରାଣୀ ଚୌଧୁରୀ ପରାମର୍ଶ ଦେଇଥିଲେ । ପ୍ରତି ଦୁଇ ମାସରୁ ତିନିମାସରେ ଥିରେ ଲେଖା ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ବୈଠକ କରାଯାଇ ଜିଲ୍ଲାର ବିଭିନ୍ନ ସମସ୍ୟା ସହିତ ସାମ୍ବାଦିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ପାଇଁ ନିସ୍ପତି ନିଆଯାଇଛି । ଏହି ବୈଠକରେ ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ଦୁର୍ଯ୍ୟଧନପାତ୍ର, ଗୋପି କୃଷ୍ଣ ପଟନାୟକ, ଦେବପ୍ରସାଦ ଦାଶ,ସତ୍ୟନାରାୟଣ ପଣ୍ଡା,ଜୟନ୍ତ ତିଆଡି,କେଶବ ନାୟକ,ଅଶୋକ ମିଶ୍ର,ପଚାଂନନ ଦାଶ,ଅସିମ ବିଶ୍ୱାସ,ଶିବପ୍ରାସଦା କିର୍ତନୀୟା,ତ୍ରିଲୋଚନ ଦାସ,ସତ୍ୟ ଦାଶ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତି ରହି ନିଜନିଜର ମତ ଉପସ୍ଥାପନ କରିଥିଲେ ।ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତିନିୟା,ଜ୍ୟୋସ୍ନାମୟୀ ଆଚାର୍ଯ୍ୟ,ରଜଂନ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.