ad
ଓଡ଼ିଶା

ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡିଲାନି ପୁଲିସ

ହାଟଡ଼ିହି, ୧୭। ୪ : (ଓଡିଆ ପୁଅ) ହାଟଡିହି ବ୍ଲକ ଛେନାପଦି ଛକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାସ୍ଥଳିକୁ ଗଣମାଧ୍ରମ ପ୍ରତିନିଧି ମାନଙ୍କୁ ବାରଣ କରାଯାଇଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଗଣମାଧ୍ରମ ପ୍ରତିନିଧି ମାନେ ସଭାସ୍ଥଳକୁ ଯିବାବେଳେ ପୁଲିସ ସେମାନଙ୍କ ଅନୁମତି ନାହିଁ କହି ନଛାଡିବା ଓ ସଭା ପରିଚାଳନା କରୁଥିବା ବିଜେଡି ନେତାମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବାପାଇଁ ଚେୟାର ଖଣ୍ଡିଏର ବ୍ୟବସ୍ଥା କରିନଥିବାରୁ ଗହଳି ଭିତରେ ଖବର ସଂଗ୍ରହ କରିବାକୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ମାନେ ସଭାର ଚିତ୍ର ଉତ୍ତୋଳନ କରିବାରେ ସମସ୍ୟା ଭୋଗିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ ସେପରି ମନା କରାଯାଇନି ଯଦି କେହି ବାରଣ କଲେ ତେବେ ପୁର୍ବରୁ ମୋତେ କାହିଁକି ନଜଣାଇଲ ବୋଲି କହିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top