ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ସେଂଟର ଆନୁକୁଲ୍ୟରେ ପ୍ରଶିକ୍ଷକ ରାଜେସ କୁମାର ନାୟକ ଙ୍କ ତତ୍ୱାବଧାନରେ ଟେନିକଏଟ୍ ଖେଳର ଏକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଆସନ୍ତା ୨୩ ରୁ ଆରମ୍ଭ ହେବାକୁ ଯାଉଅଛି । ଜିଲ୍ଲାର ସମସ୍ତ ମଣ୍ଡଳ ରୁ ଇଚ୍ଛୁକ ଥିବା ବାଳକ ଓ ବାଳିକା ମାନେ ବିନାଶୁଳ୍କ ରେ ଭାଗନେଇପାରିବେ । ଏହି ପ୍ରଶିକ୍ଷଣ ଶିବିର ଟି ୭ ଦିନ ଧରି ସକାଳ ୬ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଗ୍ରହୀ ଥିବା ଖେଳାଳୀ ମାନେ ଏହି ଶିବିର ରେ ୨୩ ତାରିଖ ଦିନ ଉପସ୍ଥିତ ରହି ନିଜର ନାମ ପଞ୍ଜିକରଣ କରିପାରିବେ ।
Home ଜିଲ୍ଲା ପରିକ୍ରମା ଖେଲୋଇଣ୍ଡିଆ ସେଂଟର ଦ୍ୱାରା ଟେନିକଏଟ୍ ଖେଳର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ୨୩ ରୁ ଆରମ୍ଭ