Home Top News ଖୁସିରେ ନାଚୁଥିଲେ, ଡାକିନେଲା ଯମ : ପୁଣି ଏକ ଲାଇଭ ମୃତ୍ୟୁ, କ’ଣ କାରଣ?

ଖୁସିରେ ନାଚୁଥିଲେ, ଡାକିନେଲା ଯମ : ପୁଣି ଏକ ଲାଇଭ ମୃତ୍ୟୁ, କ’ଣ କାରଣ?

102

ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) ନାଚୁଥିବା ସମୟରେ କ’ଣ କେବେ ଯମରାଜ କାହାକୁ ନେଇପାରିବେ? କିନ୍ତୁ ଆଜି କାଲି ଲାଇଭ ମୃତ୍ୟୁର ଏପରି ଖବର ଦିନକୁ ଦିନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହିପରି ଏକ ଦୁଃଖଦ ଘଟଣା ମଧ୍ୟ ଦେଖିବାକୁ ମିଳିଛି ଗୁଜରାଟର ତାରାପୁରର ଅଟୀ ଶିବକ୍ଷେତ୍ର ସୋସାଇଟିରେ। ଏକ ଗରବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକେ କେତେକ ଯୁବକ ଏବଂ ଯୁବତୀ ଗରବା ନାଚୁଥିଲେ। ବାସ୍ ବେଶ ହସ ଖୁସିରେ ସମସ୍ତେ ଗରବା ନୃତ୍ୟ କରୁଥିଲେ। ହଠାତ୍ ଏକ ଯୁବକ ତଳେ ପଡ଼ିଯାଉଥିବାର ଦେଖାଯାଉଛି। ପରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା, ଯୁବକଙ୍କର ମୃତ୍ୟୁ ହୋଇସାରିଥିଲା। ଏହାର କାରଣ ହୃଦଘାତ ହେତୁ ମୃତ୍ୟୁ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖ ଯୋଗ୍ୟଯେ, କିଛିଦିନ ପୂର୍ବରୁ ମଧ୍ୟ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା। ଯୁବକ ଯୋଗେଶ ଗୁପ୍ତା ପାର୍ବତୀ ଭୁମିକାରେ କରୁଥିଲେ ଅଭିନୟ। ସେ ପେଣ୍ଡାଲରେ ଶିବଙ୍କର ଆରାଧନା କରି ଝୁମୁଥିଲେ। ଲୋକେ ଭାବୁଥିଲେ ଏହା ଅଭିନୟର ଏକ ଅଂଶ, କିନ୍ତୁ ଥିଲା ଓଲଟା। ନୃତ୍ୟ କରୁ କରୁ ତଳେ ପଡ଼ିଯାଇଥିଲେ ଅଭିନେତା ଯୋଗେଶ ଗୁପ୍ତା। କିଛି ସମୟ ପରେ ଉଠି ପୁଣି ନୃତ୍ୟୁ କରିବାକୁ କରିଥିଲେ ଚେଷ୍ଟା, କିନ୍ତୁ ହେଉଥିଲା ଯନ୍ତ୍ରଣା। ହେଉଥିଲେ ଛଟପଟ, କ୍ଷଣିକ ସମୟ ପାଇଁ। ଦର୍ଶକଙ୍କର ବାଜୁଥିଲା ତାଳି। ଦର୍ଶକ ଭାବୁଥିଲେ ଏହା ଅଭିନୟର ଅଂଶ ବୋଲି। ନିଜେ ଶିବ ଆସି ଅଭିନୟ ଷ୍ଟାଇଲରେ ଉଠାଇବାକୁ କରୁଥିଲେ ଚେଷ୍ଟା। ହେଲେ ଏହାଁହି ଥିଲା ବିଧିର ବିଧାନ। ଚାଲିଯାଇଥିଲା ଜୀବନ। ଶିବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜାଣିପାରିଲେଯେ, ସେ ମୂର୍ଚ୍ଛିତ ହୋଇଯାଇଛନ୍ତି ତେଣୁ ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ଏ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜାମ୍ମୁକାଶ୍ମିରରେ ଏକ ଗଣେଶ ଉତ୍ସବ ମଞ୍ଚରେ ଘଟିଛି। କିଛିଦିନ ପୂର୍ବରୁ ମଧ୍ୟ ଏହି ପରି ଜଣେ କଳାକାରଙ୍କର ମୃତ୍ୟୁ ଘଟଣା ସାମନାକୁ ଆସିଥିଲା।ଗାରବା ଖେଳିବା ସମୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

ଏଠାରେ ପ୍ରକାଶ କରାଯାଇପାରେଯେ, ଏହିପରି ନୃତ୍ୟ କରିବା ସମୟରେ ଅନେକ ଲୋକଙ୍କର ତତ୍‌କ୍ଷଣାତ ମୃତ୍ୟୁ ହେବାର ଖବର ସହ ଭିଡ଼ିଓ ମଧ୍ୟ ଲୋକ ଲୋଚନକୁ ଆସୁଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛିଯେ, ଏପରି ମୃତ୍ୟୁର କାରଣ କ’ଣ? ଏହା କ’ଣ କରୋନା ଇଫେକ୍ଟ? ନାଁ ଆଉ କିଛି ଏହାର ଉତ୍ତର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ହିଁ କହିପାରିବେ। ଆପଣ ଦିଅନ୍ତୁ ମନ୍ତବ୍ୟ।

ନୃତ୍ୟ କରୁଥିବା ସମୟରେ ଷ୍ଟେଜରେ ଟଳିପଡ଼ିଲେ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା, ବାଜୁଥିଲା ତାଳି, କିନ୍ତୁ ଥିଲା ହୃଦଘାତ ଜନିତ ପ୍ରକୃତ ମୃତ୍ୟୁ – ଭିଡ଼ିଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.