Home କେନ୍ଦ୍ରାପଡ଼ା ଖାଦ୍ୟାଭାବରୁ ଗାଁ ଭିତରକୁ ପଶି ଆସିଛି ହରିଣ

ଖାଦ୍ୟାଭାବରୁ ଗାଁ ଭିତରକୁ ପଶି ଆସିଛି ହରିଣ

58

କେନ୍ଦ୍ରାପଡା, ୯ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜନଗର ବନଖଣ୍ଡ ଅଧିନ ଭିତରକନିକା ଜଙ୍ଗଲରୁ ପ୍ରାୟ ୪୦ କିଲୋମିଟର ଦୂର ଏକ ଗାଁ ଭିତରକୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିବା ହରିଣଟିକୁ ଉଦ୍ଧାର କରିଛନ୍ତି ସଂପୃକ୍ତ ଗ୍ରାମର ଗ୍ରାମବାସୀମାନେ। ପ୍ରବଳ ଗ୍ରୀଷ୍ମ ଉତ୍ତପରେ ପାନୀୟଜଳ ଓ ଖାଦ୍ୟାଭାବ ବନ୍ୟପ୍ରାଣୀଙ୍କୁ ଗ୍ରାମାଭିମୂଖି କରି ଦେଇଛି। ବନ ବିଭାଗ ପକ୍ଷରୁ ଗ୍ରୀଷ୍ମଋତୁରେ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ସରକାର ଯୋଜନା କରିଥିଲେ ବି ଏଭଳି ଘଟଣା ସଂପୃକ୍ତ ବିଭାଗର ଅପାରଗତାକୁ ଅଙ୍ଗୁଳି ନିର୍ଦେଶ କରୁଛି। ଦୀର୍ଘ ୪୦ କିଲୋମିଟର ଦୂର ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏହି ହରିଣଟିକୁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଇଁକୂଳା ଭେଡିସାହୀ ଗ୍ରାମର ଲୋକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ସଂପୃକ୍ତ ଉଦ୍ଧାର ହୋଇଥିବା ହରିଣଟି ଦୀର୍ଘ ଦୁଇଦିନ ହେବ ଖାଦ୍ୟ ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଦୈାଡୁଥିବା ବେଳେ ତାକୁ ଧରିବାକୁ ଲୋକେ ଗୋଡାଇବାରୁ ହରିଣଟି ଗୋବରୀ ନଦୀକୁ ଡେଇଁ ପଡିଥିଲା। ଫଳରେ ନଦୀରେ ଥିବା ଦଳରେ ଛନ୍ଦିହୋଇ ଅଟକି ଯିବାରୁ ଡଙ୍ଗା ସାହାଯ୍ୟରେ ଲୋକମାନେ ତାକୁ ଉଦ୍ଧାର କରି ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.