Home ଜିଲ୍ଲା ପରିକ୍ରମା ଖପରପଦା ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ସଂଗବଦ୍ଧ ଆକ୍ରମଣ ଘଟଣାରେ ଜଣେ ଗିରଫ

ଖପରପଦା ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ସଂଗବଦ୍ଧ ଆକ୍ରମଣ ଘଟଣାରେ ଜଣେ ଗିରଫ

102

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତର ସରପଞ୍ଚ ଗୟାଧର ନାୟକ ଏବଂ ତାଙ୍କ ୨୦ଜଣ ସମର୍ଥକ ଉକ୍ତ ଗ୍ରାମର ଦୈନିକ ଏକ ମହିଳାଙ୍କ ଘରେ ପଶି ତାଙ୍କ ଘରଲୋକଙ୍କୁ ଗାଳି ଗୁଲଜ କରିବାସହ ଜୀବନରୁ ମାରିଦେବାପାଇଁ ଧମକ ଓ ଘରେ ନିଆଁ ଲଗାଇଦେବାପାଇଁ ଧକମ ଦେଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ମାରଣାସ୍ତ୍ର ଧରି ଜୀବନରୁ ମାରିଦେବାପାଇଁ ଧମକ ମଧ୍ୟ ଦେଇଥିଲେ। ଏନେଇ ୧୬ତାରିଖ ଦିନ ଧୁଷୁରୀ ଥାନାରେ ସରପଞ୍ଚଙ୍କ ସମେତ ୨୦ଜଣଙ୍କ ନାମରେ ଧୁଷୁରୀ ଥାନାରେ ଅଭିଯୋଗ କଲାପରେ ଥାନାର ଏସ୍‌ଆଇ ମହାପ୍ରସାଦ ନାୟକ କେସଂ ନଂ ୧୫୫/୨୦ ଏକ ମାମଲା ରୁଜୁକରି ଏହି ଘଟଣାର ତଦନ୍ତ କରିଥିଲେ ଏବଂ ଏହି ଘଟଣାର ସମ୍ପୃକ୍ତ ଥିବା ଫତେପୁର ପଞ୍ଚାୟତର ସ୍ୱାସ୍ଥ୍ୟ କର୍ମୀ ତଥା ଲୁଣିଆ ଗ୍ରାମର କାର୍ତ୍ତିକ ପଣ୍ଡା ସମ୍ପୃକ୍ତ ଥିବାରୁ ତାଙ୍କୁ ଗତକାଲି ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ ସ୍ୱାସ୍ଥ୍ୟ କର୍ମୀ ତଥା ଅଭିଯୁକ୍ତ କାର୍ତ୍ତିକ ପୂର୍ବରୁ ଧୁଷୁରୀ ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଗାଡ଼ି ଉପରକୁ ଢେଲାମାଡ଼ କରିଥିଲେ। ଏ ନେଇ ଥାନାରେ ମଧ୍ୟ ପୋଲିସ ପକ୍ଷରୁ କେସ ରୁଜୁ କରାଯାଇଥିଲା। ପରେ ଶ୍ରୀ ପଣ୍ଡା ହାଇକୋର୍ଟରୁ ବେଲ ଆଣିଥିଲେ। ତେବେ ତାଙ୍କ ନାମରେ ବିଭିନ୍ନ କେସ୍ ଥିବାରୁ ମାନ୍ୟବର ବିଚାରପତି ଆଜି ତାଙ୍କର ଜାମିନ୍ ଆବେଦନକୁ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଘଟଣାର ଅନ୍ୟମାନଙ୍କ ସହ ପଞ୍ଚାୟତର ସରପଞ୍ଚ ଶ୍ରୀ ଗୟାଧର ନାୟକକୁ ତୁରନ୍ତ ଗିରଫ କରିବାପାଇଁ ଅଞ୍ଚଳ ବାସୀ ପକ୍ଷରୁ ଦାବି କରାଯାଇଛି। ସୂଚନା ଥାଉକି ଜଣେ ସରପଞ୍ଚ ବିଭିନ୍ନ ସମୟରେ ତାଙ୍କ ପଦବିକୁ ଅପବ୍ୟବହାର କରି କୋଭିଡ଼ ଆଇନ୍‌କୁ ଅବମାନନା କରି ସାମାଜିକ ଦୁରତା ରକ୍ଷା ନକରି ପ୍ରତିମୁର୍ତ୍ତି ଉନ୍ମୋଚନ କରିବା, ଘରେ ପଶି ଲୋକଙ୍କୁ ଗାଳି ଗୁଲଜ କରିବା ଏବଂ ସାମାଜିକ ଦୂରତା ରକ୍ଷାନକରି ଲୋକମାନଙ୍କୁ ଏକତ୍ରିତ କରି ଭତ୍ତା ଇତ୍ୟାଦି ବଣ୍ଟନ କରିବାନେଇ ତାଙ୍କ ନାମରେ ଅନେକ ଅଭିଯୋଗ ରହିଛି। ଏନେଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.