Home ଜିଲ୍ଲା ପରିକ୍ରମା ଖପରପଦା ପଂଚାୟତରେ ଦ୍ୱିମୁଖୀ ଲଢାଇ, ଏଥର କାମକରିବନି ପୂର୍ବ ସ୍ଥିତି, ଫାଇଦାରେ ବିଜେଡ଼ି

ଖପରପଦା ପଂଚାୟତରେ ଦ୍ୱିମୁଖୀ ଲଢାଇ, ଏଥର କାମକରିବନି ପୂର୍ବ ସ୍ଥିତି, ଫାଇଦାରେ ବିଜେଡ଼ି

79

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଧାମନଗର ବ୍ଳକରେ ଖପରପଦା ପଂଚାୟତର ନିର୍ବାଚନ ପ୍ରଚାର ଏବେ ଯୋରଦାର ଚାଲିଛି। ଉକ୍ତ ପଂଚାୟତର ୧୧ଟି ୱାର୍ଡ଼ରେ୫ହଜାର ୫୩ଜଣ ଭୋଟର ସେମାନଙ୍କ ମତଦାନ କରିବେ। ଉକ୍ତ ପଂଚାୟତର ବିଶେଷକରି ବିଜେଡ଼ି ଓ ବିଜେପି ମଧ୍ୟରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ପାଇଁ କଢାଟକ୍କର ହେବ। ଗତ ୨୦୧୭ ମସିହାରେ ପଂଚାୟତ ନିର୍ବାଚନରେ ବିଜେଡ଼ିର ଅସନ୍ତୁଷ୍ଟଗୋଷ୍ଠୀ ପରିବର୍ତ୍ତନ ସାମୁଖ୍ୟ କରି ବିଜେପିସହ ମେଣ୍ଟକରିଥିଲେ ଏବଂ ବିଜେପି ସମର୍ଥୀତ ସରପଂଚ ପ୍ରାର୍ଥୀ ଗୟାଧର ନାୟକ ନିର୍ବାଚିତ ହୋଇଥିଲେ ଏବଂ ସମିତିସଭ୍ୟ ପ୍ରାର୍ଥୀ ପରିବର୍ତ୍ତନ ସାମୁଖ୍ୟରୁ ବିଜୟ ହୋଇ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇଯାଇଥିଲେ। ତେବେ ଗତନିର୍ବାଚନ ଆଉ ଚଳିତ ନିର୍ବାଚନରେ ସମ୍ପୁର୍ଣ୍ଣଭାବରେ ନିର୍ବାଚନ ବାତାବରଣ ଅଲଗା ହୋଇଛି। ଗତ ନିର୍ବାଚନରେ ବିଜେଡ଼ିର ଦୁଇଗୋଷ୍ଠୀ ବିବାଦ ଓ କଳିଯୋଗୁ ବିଜେପି ସରପଂଚ ପଦ ହାତେଇଥିଲା। ହେଲେ ଗତଥର ବିଜେଡ଼ିକୁ ବିରୋଧ କରୁଥିବା ପୂର୍ବତନ ସମିତିସଭ୍ୟ ଗଦାଧର ସାହୁ ଏବଂ ଜିଲ୍ଲାପରିଷଦ ପ୍ରାର୍ଥୀ ସାରଦାପ୍ରସନ୍ନ ସାହୁ ଏଥର ସମ୍ପୁର୍ଣ୍ଣ ଭାବରେ ବିଜେଡ଼ିକୁ ବିଜୟ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହାଫଳରେ ଚଳିତ ପଂଚାୟତ ନିର୍ବାଚନରେ ଖପରପଦା ପଂଚାୟତର ପ୍ରଚାର ପ୍ରସାର ଓ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ନବଗତା ଅନୁସୟା ସାହୁ ଓ ସମିତିସଭ୍ୟ ପ୍ରାର୍ଥୀ ଭାବରେ ଭାରତବିଜୟ ଦଳାଇ ଏମାନେ ଉକ୍ତ ପଂଚାୟତର ସ୍ୱଚ୍ଛ ଓ ଦୁର୍ନ୍ନିତୀ ମୁକ୍ତ ପଂଚାୟତ କରିବା ଓ ସମସ୍ତଙ୍କୁ ଉଚ୍ଚିତ ସମ୍ମାନଦେବାପାଇଁ ଭୋଟରଙ୍କୁ ଭିକ୍ଷା କରିଛନ୍ତି।

ଅପରପକ୍ଷେ ବର୍ତ୍ତମାନର ସରପଂଚ ଗୟାଧର ନାୟକ ପୁଣି ୫ବର୍ଷ ପଦବି ହାତେଇବା ପାଇଁ ନିଜର ସହଧର୍ମିଣୀ ଅର୍ଚ୍ଚନା ନାୟକଙ୍କୁ ସରପଂଚ ଭାବେ ପ୍ରାର୍ଥୀ କରାଇଛନ୍ତି। ଅପରପକ୍ଷେ ସମିତିସଭ୍ୟ ସଞ୍ଜୁଲତା ସାହୁ ପୁଣିଥରେ ନିଜ ପଦବୀ ଅକ୍ତିଆର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଗତନିର୍ବାଚନ ଫାଇଦା ଏଥର ବିଜେପିକୁ ଏତେଟା ସଫଳତା ମିଳିନପାରେ। କାରଣ ୫ବର୍ଷ ଭିତରେ ସରପଂଚ ଶ୍ରୀ ନାୟକ କେବଳ ବିଭିନ୍ନ ବିବାଦୀୟ ଘଟଣାରେ ଛନ୍ଦିହୋଇ ସେପରି ଆଖିଦୁର୍ଶିଆ ବିକାଶମୂଳକ କାର୍ଯ୍ୟ କରିପାରିଲେ ନାହିଁ ଏବଂ ଗତଥରର ଗଦାଧରକୁ ନିର୍ବାଚନରେ ସାହାର୍ଯ୍ୟ କରିଥିବା ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଏଥର ବିଜେଡ଼ିର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଥିବାରୁ ବିଜେପି ଏବେ ଘାଇଲା ଅବସ୍ଥାରେ ରହିଛି। ତେବେ ଶେଷ ମୁହୁର୍ତ୍ତରେ ବିଜେପି ତା’ର ପୂର୍ବ ସ୍ଥିତି ଅକ୍ତିଆର କରିବାପାଇଁ କଳବଳ କୌଶଳ ଲଗାଇଦେଇଛି। ତେବେ ଯେମିତି ବୁଣିବ ସେମିତି କାଟିବା ନେଇ ଭୋଟର ଜନାର୍ଦ୍ଧନ ଯାହାକୁ ସାହାଯ୍ୟ କରିବେ ସେ ଏଥର ଖପରପଦା ପଂଚାୟତର ସରପଂଚ ଭାବେ ଅଧିତିଷ୍ଟ ହେବେବୋଲି ରାଜନୈତୀକ ସମିକ୍ଷକମାନେ ମତପ୍ରକାଶ କରିଛନ୍ତି। ତେବେ ଆଜି ଖପରପଦା ପଂଚାୟତର ବିଜେଡ଼ି ସମର୍ଥିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.