Home ଜିଲ୍ଲା ପରିକ୍ରମା ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ବସନ୍ତ ନାୟକଙ୍କ ସ୍ମୃତି ସମାରୋହ

ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ବସନ୍ତ ନାୟକଙ୍କ ସ୍ମୃତି ସମାରୋହ

66
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମର୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ। ଏ କଥାଟି ଧ୍ରୁବସତ୍ୟ ହେଲେବି ଏ ଦୁନିଆରେ ଏଭଳି କିଛି ମଣିଷ ଜନ୍ମ ହୋଇଥାନ୍ତି, ଯାହାଙ୍କର ଦେହାବସାନରେ ଏ ସମାଜ ତାଙ୍କୁ ଝୁରି ହୁଏ। ସ୍ୱର୍ଗତଃ ବସନ୍ତ ନାୟକ ସେହିଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। କେବଳ ସାମାଜିକ କ୍ଷେତ୍ରରେ ନୁହେଁ, ରାଜନୈତିକ, ଆନୁଷ୍ଠାନିକ, ଧାର୍ମିକ ଓ କ୍ରୀଡା କ୍ଷେତ୍ରରେ ତାଙ୍କର ଅବଦାନ ଭଦ୍ରକ ଜିଲା ତିହିଡି ବ୍ଲକ୍ ପାଳିଆବିନ୍ଧା ସମେତ ରାଜ୍ୟରେ ତାଙ୍କର ପ୍ରତିଷ୍ଠା ସର୍ବଜନ ବିଦିତ ବୋଲି ଆଜି ରାଜ୍ୟ ଓ ଜିଲା ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ୱର୍ଗତଃ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମମାଟି ପାଳିଆବିନ୍ଧାର ବିରଂଚି ନାରାୟଣ ମନ୍ଦିର ଗେଷ୍ଟ ହାଉସ୍‌ରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ଜିଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ମୁଖ୍ୟ ଉପଦେଷ୍ଟା ଅଜୟ ନାୟକ, ରାଜ୍ୟ ମହାସଂଘର ସଭାପତି ଅଶୋକ କୁମାର ଲେଙ୍କା, ସଂପାଦକ ବୀରେନ ରାୟ, କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ, ଉପସଭାପତି ସୁଧାଂଶୁ ଶେଖର ବେହୁରା, କୋଷାଧ୍ୟକ୍ଷ ତପନ କୁମାର ବେଉରିଆ, ସଂଗ୍ରାମ କେଶରୀ ସାହୁ, ଅଜିତ୍ କୁମାର ଜେନାଙ୍କ ସହ ଜିଲା ମହାସଂଘର କୋଷାଧ୍ୟକ୍ଷ ବାବୁଲା ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖଣ୍ଡାୟତ କ୍ଷତ୍ରୀୟ ଜାତିର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ନାୟକଙ୍କ ପ୍ରଚେଷ୍ଟା ଓ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତଃ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର ପଲେଇ, ଆଶିଷ କୁମାର ପହି, ଗଣେଶ ନାୟକ, ଆଶୁତୋଷ କରଣ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.