Home ଓଡ଼ିଶା ଖଇରପଲ୍ଲୀ ପଞ୍ଚାୟତରେ  ହିତାଧିକାରୀ ଚୟନରେ ଅନିୟମିୟତା ଅଭିଯୋଗରେ ଧାରଣା

ଖଇରପଲ୍ଲୀ ପଞ୍ଚାୟତରେ  ହିତାଧିକାରୀ ଚୟନରେ ଅନିୟମିୟତା ଅଭିଯୋଗରେ ଧାରଣା

60

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୦୫/୧୦- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତରେ ଆବାସ ଯୋଜନା ଓ ରାସନ୍ କାର୍ଡ ହିତାଧିକାରୀ ଚୟନରେ ଅନିୟମୀୟତା ନେଇ ପଞ୍ଚାୟତର ସମିତି ସଭ୍ୟ ଦୁଃଶାସନ ଜେନା ଙ୍କ ନେତୃତ୍ୱରେ ବ୍ଲକ ଆଗରେ ଧାରଣା ଦିଆଯାଇଥିବା ଜଣାପଡିଛି ।

ଏ ସର୍ମ୍ପକେ ଦୁଃଶାସନ ଜେନା ରଣପୁର ବିଡିଓ ଙ୍କୁ ପୁର୍ବରୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ବିଡିଓ ଉପସ୍ଥିତ ନଥିବାରୁ ଧାରଣାକାରୀଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଥିଲା । ଏହି ଆନ୍ଦୋଳନକୁ  ସି.ପି.ଆଇ.(ଏମ୍‌) ର ସୁରେଶ ସ୍ୱାଇଁ , ପୁର୍ଣ୍ଣିମା ମାହାପାତ,ସବ୍ୟସାଚୀ ସେନାପତି,ସୁଶୀଲ କୁମାର ସାମନ୍ତରାୟ ଆଦି ସହୋଯୋଗ କରିଛନ୍ତି । ଏହି ଧାରଣା ହିତାଧିକାରୀ ଚୟନରେ ସୁଧାର ନଆସିବା ପର୍ଯ୍ୟନ୍ତ ପ୍ରତିଦିନ ଛାଲିବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.