Home ଜିଲ୍ଲା ପରିକ୍ରମା କ୍ରିକେଟ୍ ତାଲିମ ଶିବିର ମଇ ୨୫ ରୁ ଆରମ୍ଭ

କ୍ରିକେଟ୍ ତାଲିମ ଶିବିର ମଇ ୨୫ ରୁ ଆରମ୍ଭ

10

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା କ୍ରିକେଟ ସଂଘ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଆସନ୍ତା ମଇ ୨୫ ତାରିଖରୁ ଜୁନ୍ ୧ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ସଂଘ ତାଲିମ୍ ଦାତା ତତ୍ୱାବଧାନରେ ଏକ କ୍ରିକେଟ ତାଲିମ ଶିବିର ଚରମ୍ପା ରେଲୱେ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଉକ୍ତ ତାଲିମ୍ ଶିବିରରେ ଇଛୁକ ଥିବା ୧୨ ବର୍ଷ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବାଳକ ମାନେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି। ଇଛୁକ ବାଳକ ମାନେ ଧାର୍ଯ୍ୟ ଦିବସରେ ଦିବା ୭.୦୦ ଘଟିକା ସମୟ ରେ ଉପରଲିଖିତ ପଡିଆ ରେ ନିଜ ନିଜ ଖେଳ ସରଞ୍ଜାମ ଓ ପରିଚୟ ପତ୍ର (ଆଧାର କାର୍ଡ) ସହିତ ଉପର ଲିଖିତ ସ୍ଥାନରେ ଉପସ୍ଥିତ ରହି ତାଲିମ୍ ଶିବିରରେ ଯୋଗଦାନ କରିବା ନିମନ୍ତେ ପଞ୍ଜିକରଣ କରିବା ହେବେ। ଏହି ତାଲିମ ଶିବିରକୁ ସଫଳ କରିବା ନିମନ୍ତେ ଆପଣଙ୍କ ସହଯୋଗ ଏକାନ୍ତ କାମ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.