Home କୋରାପୁଟ କୋରାପୁଟ ସହରରେ ଜିଲ୍ଲା ଓ ପୋଲିସ ପ୍ରଶାସନ ଦ୍ୱାରା କଡାକଡି ଚେକିଂ

କୋରାପୁଟ ସହରରେ ଜିଲ୍ଲା ଓ ପୋଲିସ ପ୍ରଶାସନ ଦ୍ୱାରା କଡାକଡି ଚେକିଂ

27

କୋରାପୁଟ  ୧୮-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନର ୨ ୟଦିନରେ କୋରାପୁଟ ସହରରେ ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି ।କେତେକ ଅମାନିଆ ବଜାରକୁ ଯାଉଥିବା ଦେଖାଯାଇଥିଲା ।ଜରୁରୀକାର୍ଯ୍ୟ ଥିବା ବ୍ୟକ୍ତିମାନେ ଚଳପ୍ରଚଳ କରୁଥିବା ନଜର କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ , ତହସିଲଦାର ରଂଜନ କୁମାର ମାନସେଠ ସହରର ବିଭିନ୍ନ ଛକରେ କଡାକଡି ଚେକିଂ କରି ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେବା ସହ ମାସ୍କ ପିନ୍ଧିବାକୁ ନିବେଦନ କରିଥିଲେ ।୪ ଗୋଟି ଟିମ ଗଠନ କରାଯାଇ  ସହରରେ ଥିବା ବିଭିନ୍ନ ଛକରେ ମୃତୟନ କରାଯାଇଥିବା ଉପଜିଲ୍ଲାପାଳ ଶ୍ରୀ କହଁର ସୂଚନା ଦେଇଛନ୍ତି ।ହସପିଟାଲ ଓ ଅନ୍ୟ ଜରୁରୀକାର୍ଯ୍ୟ ଛଡା ଯେଉଁମାନେ ବାହାରକୁ ଯାନବାହନରେ ବାହାରୁଥିଲେ ସେମାନଙ୍କୁ  ଫେରାଇ ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହରରେ ସଟଡାଉନ ନିୟମକୁ ସହରବାସୀ ପାଳନ କରିଥିବା ସେ ସୂଚନା ଦେଇଛନ୍ତି ।ଡିଏନକେ ଛକରେ ବିଡିଓ ନରେନ୍ଦ୍ର ନାୟକ ମଟରସାଇକେଲ ଯୋଗେ ଆସୁଥିବା କେତେକ ଅମାନିଆ ଲୋକମାନଙ୍କୁ  ଘରକୁ ଫେରିଯିବାକୁ ପରାମର୍ଶ ଦେଉଥିବା ଲକ୍ଷ୍ୟ କରାଯାଇଥିଲା ।ସପ୍ତାହାନ୍ତ ସଟଡାଉନ ଆଜି ଶେଷ ହୋଇଥିବା ବେଳେ ରାତ୍ରୀ କର୍ଫ୍ୟୁ ଜାରି ରହିବ ବୋଲି ଜଣାପଡିଛି ।ରାତ୍ରୀ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ  ଯଦି ଆବଶ୍ୟକତା ରହିଛି ତେବେ ଘରୁ ମାସ୍କ ପିନ୍ଧି ବାହାରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.