Home ଜିଲ୍ଲା ପରିକ୍ରମା କୋରାପୁଟ ସରକାରୀ ହାଇସ୍କୁଲ ରୂପାନ୍ତରିତ ନିମନ୍ତେ ପ୍ରସ୍ତୁତି ବୈଠକ

କୋରାପୁଟ ସରକାରୀ ହାଇସ୍କୁଲ ରୂପାନ୍ତରିତ ନିମନ୍ତେ ପ୍ରସ୍ତୁତି ବୈଠକ

37

କୋରାପୁଟ ୦୭-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସରକାରୀ ହାଇସ୍କୁଲ ରୂପାନ୍ତରିତ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଭିଭାବକ,ଅଭିଭାବିକା,ପୂରାତନ ଛାତ୍ର ,ସ୍କୁଲ ପରିଚାଳନା କମିଟି ସଦସ୍ୟ ,ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟର ମୁଖ୍ୟ ଫାଟକର ନବୀକରଣ,ବିଦ୍ୟାଳୟର ୮ଟି ଶ୍ରେଣୀଗୃହକୁ ସ୍ମାର୍ଟ ଶ୍ରେଣୀଗୃହରେ ପରିଣତ କରିବା,ପୂରାତନ ପାଚେରୀର ଉଚ୍ଚତା ବୃଦ୍ଧି କରିବା,ସ୍ମାର୍ଟକ୍ଲାସରୁମ ବ୍ୟତୀତ ଅନ୍ୟ କ୍ଲାସରୁମରେ ଝରକା,କବାଟ ଓ ବ୍ଲକବୋର୍ଡର ନବୀକରଣ କରିବା, ସଂପୂର୍ଣ୍ଣ ବିଦ୍ୟାଳୟକୁ ଥ୍ରୀ ଫେଜ ବିଦ୍ୟୁତକରଣ କରିବା,ବିଜ୍ଞାନଗାରର ନବୀକରଣ  ଓ ଉପକରଣ କ୍ରୟ କରିବା,ଆଇସିଟି ଲେବ୍ରୋଟରୀର ନବୀକରଣ କରିବା,ବିଦ୍ୟାଳୟର ପ୍ରତ୍ୟେକ ବ୍ଲକରେ ଓାଟରଫିଲଟର ସ୍ଥାପନ କରିବା ,ବିଦ୍ୟାଳୟରେ ଥିବା ଶୈାଚାଳୟଗୁଡିକର ପୁନରୁଦ୍ଧାର କରିବା ,ବିଦ୍ୟାଳୟରେ ଥିବା ଗ୍ରନ୍ଥାଗାରର ଆଧୁନିକକରଣ ନିମନ୍ତେ ଇ-ଲାଇବ୍ରେରୀ ସ୍ଥାପନ କରିବା ,ବିଦ୍ୟାଳୟର ଅଡିଟୋରିୟମ ସିଲିଂର ନବୀକରଣ କରିବା,ବିଦ୍ୟାଳୟର ସୈାନ୍ଦର୍ଯ୍ୟକରଣ ନିମନ୍ତେ ଚିତ୍ର ,ରେଲିଂ ଓ ଆପ୍ରୋଚ ରୋଡ ନିର୍ମାଣ କରିବା ,ବିଦ୍ୟାଳୟ ଖେଳ ପଡିଆର  ଉନ୍ନତିକରଣ ଓ ଦୁଇଟି ଭଲିବଲ କୋର୍ଟ ନିର୍ମାଣ କରିବା,ସାଇକେଲ ଷ୍ଟାଣ୍ଡର ପରିସରକୁ ବୃଦ୍ଧି କରିବା ପ୍ରଭୃତି ପ୍ରସ୍ତାବ ବୈଠକରେ ଗୃହୀତ ହୋଇଥିଲା ।ଏହି ବୈଠକରେ ଏସଏମସି ଅଧ୍ୟକ୍ଷ ହରିବନ୍ଧୁ ମାଝି ,ପିଟିଏ  ସଭାପତି ପ୍ରଣୟ କୁମାର ମହାନ୍ତି , ପୂରାତନ ଛାତ୍ର ଭବାନୀ ଶଙ୍କର ମିଶ୍ର, ଲକ୍ଷ୍ମିକାନ୍ତ ପାଣିଗ୍ରାହୀ ,ସିଏଚ.ସାନ୍ତାକା.ରଂଜନ କୁମାର ଦାସ,ଶିବ ପ୍ରସାଦ ପାଢୀ,ଶିଶିର କୁମାର ପାତ୍ର,ହିମାଂଶୁ ଶେଖର ଦାଶ,ପିତାମ୍ବର ହନ୍ତାଲ,ସୃଜନୀ ପାଳ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସିମାଂଚଳ ଦାସ, ସିଆରସିସି ମନୋଜ କୁମାର ପଣ୍ଡା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।କୋରାପୁଟ  ସରକାରୀ ହାଇସ୍କୁଲକୁ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପିଟିଏ ସଭାପତି ପ୍ରଣୟ କୁମାର ମହାନ୍ତି ଧନ୍ୟବାଦ ଜଣାଇଥିଲେ ।ରୂପାନ୍ତରିତ ହୋଇଗଲେ କୋରାପୁଟ ସରକାରୀ ହାଇସ୍କୁଲ ରାଜ୍ୟରେ ଗୈାରବ ଆଣିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.