Home କୋରାପୁଟ କୋରାପୁଟ ପୌରାଂଚଳରେ ୮୩୦ ଟି ପାଇଖାନା ନିର୍ମାଣ ଶେଷ; ୮ ଟି ପବ୍ଲିକ ଓ ୬...

କୋରାପୁଟ ପୌରାଂଚଳରେ ୮୩୦ ଟି ପାଇଖାନା ନିର୍ମାଣ ଶେଷ; ୮ ଟି ପବ୍ଲିକ ଓ ୬ ଟି କମ୍ୟୁନିଟି ପାଇଖାନା ନିର୍ମାଣ ଶେଷ

310

କୋରାପୁଟ ୧୫-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ୱଛଭାରତ ଅଭିଯାନ ଆନୁକୁଲ୍ୟରେ କୋରାପୁଟ ପୌରାଂଚଳରେ ୮୩୦ ଟି ଘରୋଇ ପାଇଖାନା ନିର୍ମାଣ ଶେଷ ହୋଇଥିବା ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।ସେହିପରି ହାଟପଦା, ଓଏମପି, ପୋଲିସ ପ୍ୟାରେଡ ପଡିଆ, ମା ମୁତ୍ୟୁଲମା ମନ୍ଦିର, ଡିଆଇଜି ଅଫିସ ସମ୍ମୁଖ, ବିଇଓ କାର୍ଯ୍ୟାଳୟ ସମ୍ମୁଖ, ରେଭ୍ୟୁନୁ କଲୋନୀ, ରାଜୀବ ଗାନ୍ଧି ପାର୍କ ରେ ସମୁଦାୟ ୮ ଟି ପବ୍ଲିକ ପାଇଖାନା ନିର୍ମାଣ ଶେଷ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି।ପୁରୁଷ ଓ ମହିଳା ମାନଙ୍କ ପାଇଁ ପାଇଖାନା ରହିଥିବା ସେ ପ୍ରକାଶ କରିଥିଲେ। ମାଳିସାହି, ଚନ୍ଦନପୋଖରୀ, ମଶାଣୀ, ଟାଉନହଲ, ଗାନ୍ଧିପାର୍କ ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସମୁଦାୟ ୬ ଟି କମ୍ୟୁନିଟି ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପାଣି ଓ ବିଦ୍ୟୁତ ସଂଯୋଗ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ପ୍ରେରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।ଘରୋଇ ପାଇଖାନା ନିର୍ମାଣ ଶେଷ ହୋଇଯାଇଥିବା ବେଳେ ହିତାଧିକାରୀମାନେ ଯଦି ଏହାକୁ ବ୍ୟବହାର କରିବେ ତେବେ ଅଭିଯାନ ସଫଳ ହେଲା ବୋଲି ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.