Home କୋରାପୁଟ କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ବୈଠକ ଓ କର୍ମକର୍ତା ନିର୍ବାଚନ

କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ବୈଠକ ଓ କର୍ମକର୍ତା ନିର୍ବାଚନ

37

କୋରାପୁଟ ୧୩-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ସଂଘର ସାଧାରଣ ବୈଠକରେ କର୍ମକର୍ତା ନିର୍ବାଚନ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ନିର୍ବାଚନରେ କୃଷ୍ଣ ଚନ୍ଦ୍ର ପାତ୍ର ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ରଣଜିତ ପଟନାୟକ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।ସେହିପରି ଉପସଭାପତି ଭାବେ ବିଜ୍ଞାନୀ ମିଶ୍ର ,ଯୁଗ୍ମ ସଂପାଦକ ଭାବେ ମୁରଲୀଧର ସାରକା ଓ କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ମିଶ୍ର ନିର୍ବାଚିତ ହୋଇଥିବା ଜଣାପଡିଛି ।ଏହି ନିର୍ବାଚନରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁରେଶ ହୋତା ,ଜୋନାଲ ସଂପାଦକ ଅର୍ଜୁନ ଟାକ୍ରୀ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିବା ବେଳେ ମାର୍କଣ୍ଡ ପାଢୀ ,ନରସିଂହ ପଟନାୟକ ଓ ତିଲକ ଖେମୁଣ୍ଡୁ ଅତିଥି ଭାବେ ଯୋଗଦେଇଥିଲେ ।ସଂପାଦକ ରଣଜିତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.