Home କୋରାପୁଟ କୋରାପୁଟ ଜିଲ୍ଲାେରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାେରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

49

କୋରାପୁଟ ୧୫-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୫ଜଣ ମହିଳାଙ୍କ ସମେତ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ଖାଲ ସାହି,ଆଦର୍ଶର୍ ନଗର,ଇନ୍ଦିରା ଛକ,ସୁନାରୀ ସାହି ଓ ଲିଙ୍ଗରାଜ ନଗରରୁ ଜଣେ ଲେଖାଏଁ ଚିହଟ୍ନ ହୋଇଥିବା ବେଳେ କୋରାପୁଟ ପୌରାଂଚଳରୁ ଜଣେ  ଚିହ୍ନଟ ହୋଇଥିବା ଜଣାପଡିଛି ।ସୁନାବେଡା ପୌରାଂଚଳରୁ ହାଲ ଟାଉନସିପରୁ  ଜଣେ ଏବଂ କୋଟପାଡ ଏନଏସି ବଣ୍ଡାଗୁଡାରୁ ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ଜୟପୁର ବ୍ଲକ ବଡମୁଂଜୁରୁଗୁଡା ଓ କୁମୁଲିପୁଟରୁ ଜଣେ  ଲେଖାଏଁ ,କୋଟପାଡ ବ୍ଲକ ଆସନା ଗ୍ରାମରୁ ୧,ନନ୍ଦପୁର ବ୍ଲକ ଖଡାପୁଟରୁ ୧ ଏବଂ  ପଟ୍ଟାଙ୍ଗୀ ବ୍ଲକ୍ ଦଳେଇସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୧ଲକ୍ଷ ୯୦  ହଜାର ୪୭୩ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା  ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.