Home କୋରାପୁଟ କୋରାପୁଟ ଜିଲ୍ଲାସ୍ତରୀୟ କୋଭିଡ ମୃତ୍ୟୁ ପ୍ରମାଣପତ୍ର କମିଟି ଗଠିତ

କୋରାପୁଟ ଜିଲ୍ଲାସ୍ତରୀୟ କୋଭିଡ ମୃତ୍ୟୁ ପ୍ରମାଣପତ୍ର କମିଟି ଗଠିତ

44

କୋରାପୁଟ ୧୧-୧୦(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାସ୍ତରୀୟ କୋଭିଡ ମୃତ୍ୟୁ ପ୍ରମାଣପତ୍ର କମିଟି ଗଠିତ  ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ପ୍ରେସ ଇସ୍ତହାରରେ ପ୍ରକାଶ କରାଯାଇଛି ।କୋରାପୁଟ ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ,ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧ୍ୟକ୍ଷ ,ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଭେଷଜ ବିଭାଗର ଡାକ୍ତର ସୁନୀଲ କୁମାର ଭତ୍ରା ସଦସ୍ୟ ରହିଥିବା ସୂଚନା ଦିଆଯାଇଛି ।ଏହି କମିଟି ଗତ ୭ ତାରିଖଠାରୁ କାର୍ଯ୍ୟକ୍ଷମ ହୋଇଛି ଓ ଏହା କୋଭିଡ ମୃତ୍ୟୁ ସଂପର୍କିତ ସମସ୍ତ ନଥିପତ୍ର ଯାଂଚ କରି ସରକାରଙ୍କୁ ସୁପାରିଶ କରିବାର ପ୍ରାବଧାନ ରହିଅଛି ।ଏହି ସଂପର୍କିତ କୈାଣସି ଅଭିଯୋଗ ଥିଲେ ନିମ୍ନ ଲିଖିତ ମେଲ ଆଇଡି [email protected] ,[email protected] ଏବଂ ଫୋନ ନମ୍ବର ୦୬୮୫୨-୨୫୦୪୭୭ /୨୫୦୭୦୦ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.