Home କୋରାପୁଟ କୋରାପୁଟ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କଲେ ରାଜ୍ୟ ମୁଖ୍ୟସଚିବ ଓ ୫ଟି ସଚିବ

କୋରାପୁଟ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କଲେ ରାଜ୍ୟ ମୁଖ୍ୟସଚିବ ଓ ୫ଟି ସଚିବ

99

କୋରାପୁଟ  ୨୮-୦୭(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ମୁଖସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ପ୍ରମୁଖ ସଚିବ ଅନୁ ଗର୍ଗ ,୫ଟି ସଚିବ ଭି.କେ.ପାଣ୍ଡିଆନ , ଏନଏଚଏମ ନିର୍ଦ୍ଦେଶକ ଶାଳୀନ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ କ୍ରୀଷ୍ଣା ପ୍ରମୁଖ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୁଳକ ପରିଦର୍ଶନ କରିଥିଲେ ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲ କାର୍ଯ୍ୟର ତଦାରଖ କରିଥିଲେ ।ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ସାହୁ ନିର୍ମାଣଧିନ ଅଧ୍ୟାପନା ହସପିଟାଲର ନକ୍ସା ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟ ଅଢେଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କୋରାପୁଟ ହସପିଟାଲରେ ନିର୍ମାଣଧିନ ପିଏସଏ ଓ ଏଲଏମଓ ଉପରେ ସମୀକ୍ଷା କରିଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , କୋରାପୁଟ ରାସ୍ତା ଓ କୋଠାବାଡିର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା , ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ , ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ,ସାପୋର୍ଜ ପାଲୋନଜୀ କଂପାନୀର ପ୍ରକଳ୍ପ ନିର୍ଦ୍ଦେଶକ ଅନୀଲ ସଲଭଟ ,କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡିନ ପ୍ରଫେସର ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ ,ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଓ,ହସପିଟାଲ ପ୍ରଶାସିକା  ମଧୁମିତା ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ ।କୋରାପୁଟ ସରକାରୀ ବିଦ୍ୟାଳୟ ରୁପାନ୍ତର କାର୍ଯ୍ୟ ଉପରେ ପଚାରି ବୁଝିଥିଲେ ।କୋରାପୁଟ ସରକାରୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁ ,ଶିକ୍ଷୟତ୍ରୀ ଅନୀତା ପଟନାୟକ  ଓ ଏମ.ଜ୍ୟୋତିରାଣୀ ଚୋଧୁରୀ ,ପୂରାତନ ଛାତ୍ରୀ ତପସ୍ପିନୀ ମହାପାତ୍ର ଓ ଉମା କୁମାରୀ ସାହୁ , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମନୋରମା ରଣା . ସଦସ୍ୟ ଅରୁଣ କୁମାର ସାହୁ , ଛାତ୍ରୀ କିରଣ ଘଡେଇ ଓ ଅସିମା କୁଲଦୀପଙ୍କ ସହ ଆଲୋଚନା କରିଥିଲେ ।ଜୀବନର ଲକ୍ଷ୍ୟ କଣ ବୋଲି ଛାତ୍ରୀ ଅସୀମା କୁଲଦୀପଙ୍କୁ ପଚାରିବାରୁ ସେ ଉକ୍ତ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଜଣେଇଥିଲେ ।ଆମ୍ଭ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ହେବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଥିବା ଛାତ୍ରୀ ଅସୀମା ପ୍ରକାଶ କରିଥିଲେ ।କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟରେ ୨୦୦ ମିଟର ଟ୍ରାକ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ସଦସ୍ୟ ଅରୁଣ କୁମାର ସାହୁ ପ୍ରକାଶ କରିଥିଲେ ।ରୁପାନ୍ତର କାର୍ଯ୍ୟ ସରିଲେ ନିଶ୍ଚିତ ଭାବେ ଉକ୍ତ ସ୍କୁଲକୁ ୫ଟି ସଚିବ ଆସିବେ ବୋଲି ପ୍ରତିଶୃତି ଦେଇଥିବା ସେ  ପ୍ରକାଶ କରିଥିଲେ । ଉକ୍ତ ସ୍କୁଲରେ ପୂରାତନ ଛାତ୍ରୀମାନେ ଯୋଗଦାନ କରୁଥିବା ଜାଣିପାରି ୫ଟି ସଚିବ ଖୁସି ହୋଇଥିଲେ ବୋଲି ପୂରାତନ ଛାତ୍ରୀ ତପସ୍ପିନୀ ସାହୁ ପ୍ରକାଶ କରିଥିଲେ ।କୋରାପୁଟ ସରକାରୀ ବାଳିକା ହାଇସ୍କୁଲର ରୁପାନ୍ତର କାର୍ଯ୍ୟ ସମୀକ୍ଷା କରି ୫ଟି ସଚିବ ସନ୍ତୋଷବ୍ୟକ୍ତ କରିଥିଲେ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁ ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାର ୧୭ ଟି ହାଇସ୍କୁଲର ରୁପାନ୍ତର କାର୍ଯ୍ୟ କରାଯାଉଥିବା କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ କାର୍ଯ୍ୟ ସାରିବାକୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରମକାନ୍ତ ନାହାକ , କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତେଲେଙ୍ଗରୀ ପ୍ରକଳ୍ପ ପରିଦର୍ଶନ କରିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.