Home କୋରାପୁଟ କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ  ଚିହ୍ନଟ

କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ  ଚିହ୍ନଟ

30

କୋରାପୁଟ ୨୫-୦୭(ଓଡିଆ ପୁଅ/ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ  ୩ଜଣ ମହିଳାଙ୍କ ସମେତ  ୯ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୮୨ରେ ପହଂଚିଛି ।  ଆଜି  ଜୟପୁରଓସୁନାବେଡା ପୌରାଂଚଳ ଏବଂ କୋଟପାଡ ଏନଏସି ସମେତ ବନ୍ଧୁଗାଁ,ଦଶମନ୍ତପୁର, ,ବୋରିଗୁମ୍ମା,ଜୟପୁର,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ  ଓ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଆଜି କେବଳ  କୋରାପୁଟ ପୈାରାଂଚଳରୁ ୨,ବୈପାରୀଗୁଡା ବ୍ଲକରୁ ୨,କୋରାପୁଟ ବ୍ଲକରୁ ୩ ଓ କୋଟପାଡ  ବ୍ଲକରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୪  ତାରିଖ ସୁଦ୍ଧା ୪ ଲକ୍ଷ   ୮୪ ହଜାର  ୧୦୦ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୪୯୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୨୧୪ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଶନିବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୯   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.