Home କୋରାପୁଟ କୋରାପୁଟ ଜିଲ୍ଲାରେ ୫ଜଣ ଆକ୍ରାନ୍ତ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୫ଜଣ ଆକ୍ରାନ୍ତ ଚିହ୍ନଟ

45

କୋରାପୁଟ ୨୮-୦୭(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲାରେ  ୩ଜଣ ମହିଳାଙ୍କ ସମେତ  ମାତ୍ର ୫ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୦୦ ରେ ପହଂଚିଛି ।  ଆଜିଜୟପୁରପୌରପରିଷଦଓକୋଟପାଡଏନଏସିସମେତବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।ଆଜି କେବଳ କୋରାପୁଟ  ଓ ସୁନାବେଡା ପୌରାଂଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ୨ ଓ କୋରାପୁଟ ବ୍ଲକରେ  ଜଣେ  ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୭  ତାରିଖ ସୁଦ୍ଧା ୫ ଲକ୍ଷ   ୨ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୫୫୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୧୭୭ ଟି ସକ୍ରୀୟ କେସ  ରହିଛି ।  ଜିଲ୍ଲାରେ  ଆଜି  ସୁଦ୍ଧା ମୋଟ ୭୦ ଜଣଙ୍କରମୃତ୍ୟୁ ହୋଇଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.